ରାମରହିମଙ୍କ ସାରା ଜୀବନ କଟିବ ଜେଲରେ

ରାମରହିମଙ୍କ ସାରା ଜୀବନ କଟିବ ଜେଲରେ

ରାମରହିମଙ୍କ ସାରା ଜୀବନ କଟିବ ଜେଲରେ

ଚଣ୍ଡିଗଡ଼: ସାରା ଜୀବନ କଟିବ ଜେଲର ଚାରି କାନ୍ଥ ଭିତରେ ।

ଯେମିତି କର୍ମ, ସେମିତି ଫଳ ଭୋଗିବାକୁ ହେବ ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ । ତାଙ୍କୁ ଆଜୀବନ କାରାଦଣ୍ଡାଦେଷରେ ଦଣ୍ଡିତ କରାଯାଇଛି। ଡେରା ମ୍ୟାନେଜର ରଣଜିତ ସିଂହ ତହ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ। ଏଥିସହ ରାମ ରହିମଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡିତ କରିଛନ୍ତି କୋର୍ଟ। ଏହା ସହ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଟଙ୍କା ଓ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଭରିବାକୁ ପଡ଼ିବ ।

ଏଠାରେ ସୂଚନାଯୋଗ୍ୟ, ପୂର୍ବତନ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଗତ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦୀର୍ଘ ୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି।  ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା।