ତୈଳଦର ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସର ସାଇକେଲ ଶୋଭାଯାତ୍ରା
ତୈଳଦର ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସର ସାଇକେଲ ଶୋଭାଯାତ୍ରା
କଟକ : କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଫଳରେ ସାଧାରଣତଃ ଗରିବ, ମଧ୍ୟବିତ ପରିବାରଙ୍କ ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି | ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ପାଖାପାଖି ପହଞ୍ଚିଲାଣି, କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏହିଦ୍ରବ୍ୟରୁ ଟିକସ କମେଇବାକୁ କଂଗ୍ରେସ ଦାବି କରିଛି |
ସେହିପରି ଚାଷୀ ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କାକୁ ବଢାଇବା ଓ ରାଜ୍ୟରେ ମଣ୍ଡିରେ ଧାନବିକ୍ରି ପାଇଁ ଯେଉଁ ଟୋକନ ଦିଆଯାଇଥିଲା ତାର ଅବଧିକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବଢାଇବା ବିଷୟକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କଟକ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ସାଇକେଲ ଶୋଭାଯାତ୍ର ମଧ୍ୟ ବାହାର କରାଯାଇଥିଲା, ଏହି ଶୋଭାଯାତ୍ରା ମଧୁପାଟଣା ଥାନା, ଲିଙ୍କରୋଡ, ବାଦାମବାଡ଼ି, ଦୋଳମୁଣ୍ଡେଇ, ବଜ୍ରକବାଟି, ରାଣୀହାଟ ଦେଇ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲା | ପରେ ଗଣାମାଧ୍ୟମଙ୍କୁ ପ୍ରଶ୍ନର ଉତ୍ତର ଦେଇ ଜିଲା ସଭାପତି ମାନସ ଚୌଧୁରୀ ତାଙ୍କ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ଥିବା ବିଜେପି ସରକାର ଜେଉଁଭବରେ ପ୍ରତିଦିନ ତୈଳ ଦର ବାରମ୍ବାର ବୃଦ୍ଧି କରୁଛନ୍ତି , ଧୀରେ ଧୀରେ ଜନଅସନ୍ତୋଷ ବୃଦ୍ଧି ପାଇଲାଣି,ଯଦି ସରକାର ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରିତ ନକରନ୍ତି ଆଗାମୀ ଦିନରେ ପ୍ରତି ବ୍ଲକ ପ୍ରତି ପଞ୍ଚାୟତସ୍ତରରେ ପ୍ରତିବାଦ ସଭା କରାଯିବ, ଜନସାଧାରଣ ସହିତ କଂଗ୍ରେସ ଅଛି ଏହି ଲଢେଇ ଜାରିରହିବ ବୋଲି ସୂଚାଇ ଥିଲେ । କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଉପରେ ଦରବୃଦ୍ଧିକୁ ନେଇ କଡ଼ା ସମାଲୋଚନା କରିଥିଲେ , ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରବି ମଲ୍ଲିକ, ବାଙ୍କନିଧି ବେହେରା, ପ୍ରତାପ ମଲ୍ଲିକ, ଶିଶିର କୁମାର ରଥ , ରାଜେଶ ସ୍ୱାଇଁ, ସୌମେନ୍ଦ୍ର ହାତୀ, ସୁକାନ୍ତ ସାହାଣୀ, ଡକ୍ଟର ବିପ୍ଳବ ଶିଲାଡ଼ିତ୍ୟ (ସଧାରଣ ସମ୍ପାଦକ ଯୁବ କଂଗ୍ରେସ), ଦୀପକ ମହାନ୍ତି (ସଭାପତି ଛତାକଂଗ୍ରେସ ) ସଚିଦାନନ୍ଦ ରାଉତ, ବୀରେନ ପଶାୟତ, ରାଜ ଶିକନ୍ ସ୍ୱାଇଁ, ଆଶୁତୋଷ ରାଉତ, ଅନିରୁଦ୍ଧ ଦାସ, ଫୈଜା ଆକ୍ତାର, ଅଭିରାମ ରାଉତ,ବିଶ୍ଵ ରଞ୍ଜନ ଦାସ (ସମ୍ପାଦକ ଯୁବ କଂଗ୍ରେସ) ଆଶିଷ ରାଉତ, ସକ୍ ଆନିଶ କୁରେସି, ସତ୍ୟଜିତ ସେଠୀ, କମାଲେନ୍ଦୁ ଆଚାର୍ଯ୍ୟ, ଚିରଞ୍ଜିବୀ ମହାପାତ୍ର, ସାଗର ନାୟକ, ସିଦ୍ଧାନ୍ତ ମହାପାତ୍ର, ଦେବ ରାଉତ, ସୁନୀଲ ରାଉତ, ଜୀନୁ ରାଉତ୍ ଙ୍କ ସହିତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।




admin 