ତିତଲି ଭଳି ପାହାଡ଼ ଧସିବନି ତ!

ତିତଲି ଭଳି ପାହାଡ଼ ଧସିବନି ତ!

ତିତଲି ଭଳି ପାହାଡ଼ ଧସିବନି ତ!

ତିତଲି ଭଳି ଭୂସ୍ଖଳନ ହେବନି ତ!

ଭୁବନେଶ୍ୱର: ୨୦୧୮ ତିତ୍ଲି ଡର ମନରୁ ଯାଉନି । ଏହି ବାତ୍ୟା ପ୍ରକୋପରେ ସେତେବେଳେ ଦକ୍ଷିଣ ଓଡ଼ିଶାରେ ପବନ ଯେତେ କି ହୋଇନଥିଲା, ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିଥିଲା । ଆଉ ଭୂସ୍ଖଳନରେ ନେଇଥିଲା ଅନେକ ଜୀବନ । ଗଜପତିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା ତିତ୍ଲି ଯୋଗୁ । ସେଇ ଘଟଣାରୁ ଓଡ଼ିଶା ଶିକ୍ଷା ଲାଭ କଲା । ସେଥିପାଇଁ ଏଥର ବାତ୍ୟାଠୁ ବେଶି ଭୂସ୍ଖଳନ ନେଇ ସତର୍କ ରହିଛନ୍ତି ଓଡ଼ିଶା ସରକାର । ଏସଆରସି ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଲୋକଙ୍କୁ ସମ୍ଭାବ୍ୟ ଭୂସ୍ଖଳନ ବିପଦ ନେଇ ସତର୍କ କରାଉଛନ୍ତି । 

  ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳରେ ପବନ ସହ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ବାତ୍ୟା ଗୁଲାବ ପ୍ରକୋପରେ । ତେଣୁ କେତେକ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ହୋଇପାରେ । ଏଥିପାଇଁ ପାହାଡ଼ ତଳି ଅଂଚଳକୁ ଖାଲି କରିବାକୁ ଆଗୁଆ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବିଶେଷ କରି ଗଜପତିରେ ସର୍ବାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯିବ । ସେଠାରେ ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟରେ ରଖାଯିବ ।