ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟ ପିଟାପିଟି
ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟ ପିଟାପିଟି
କୋରାପୁଟ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଡାକ୍ତରଙ୍କ ଦବଙ୍ଗଗିରି। ପିଟାପିଟି ହେଲେ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟ। ଶନିବାର ମଧ୍ୟରାତ୍ରୀରେ ରଣକ୍ଷେତ୍ର ପାଲଟିଲା ମେଡିକାଲ। କଲେଜର ଶତାଧିକ ଡାକ୍ତର ମେଡିକାଲ ପରିସରରେ ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋରାପୁଟ ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଶନିବାର ରାତିରେ କୋରାପୁଟ ମାଉସୀ ମାଁ ଛକରେ ଏକ ଟ୍ରକ ବାଇକ୍କୁ ଧକ୍କା ଦେଇ ଦୋକାନ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିଲେ। ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପିଟାପିଟି। କଲେଜର ଶତାଧିକ ଡାକ୍ତର ମେଡିକାଲ ପରିସରରେ ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋରାପୁଟ ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।




admin 