ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ଦିଲ୍ଲୀ ପୁଲିସ ଗତମାସରେ ବେଙ୍ଗାଲୁରୁରେ ପଚରାଉଚରା କରିଛି

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ଦିଲ୍ଲୀ ପୁଲିସ ଗତମାସରେ ବେଙ୍ଗାଲୁରୁରେ ପଚରାଉଚରା କରିଛି

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ଦିଲ୍ଲୀ ପୁଲିସ ଗତମାସରେ ବେଙ୍ଗାଲୁରୁରେ ପଚରାଉଚରା କରିଛି

ନୂଆଦିଲ୍ଲୀ: ସନ୍ଦିଗ୍ଧ କଂଗ୍ରେସ ଟୁଲକିଟ୍ ମାମଲାରେ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ଦିଲ୍ଲୀ ପୁଲିସ ଗତମାସରେ ବେଙ୍ଗାଲୁରୁରେ ପଚରାଉଚରା କରିଛି ବୋଲି ଏକ ସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀ ପୁଲିସର ଏକ ଟିମ କମ୍ପାନିର ଏମଡି ମନିଷ ମାହେଶ୍ୱରୀଙ୍କୁ ମେ ୩୧ ତାରିଖରେ ପଚରାଉଚରା କରିଥିବା କୁହାଯାଉଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟ୍ୱିଟରେ ସନ୍ଦିଗ୍ଧ କଂଗ୍ରେସ ଟ୍ୱିଟକୁ ‘ଭ୍ରମିତ ରିପୋର୍ଟ’ ଭାବେ ଅଭିହିତ କରାଯାଇଥିଲା । ଟ୍ୱିଟରକୁ ଏ ନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଦୁଇଟି ନୋଟିସ ମଧ୍ୟ ଦିଆଯାଇଥିଲା । 

Image Captionଏହି ନୋଟିସ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ ଟ୍ୱିଟରର ଦିଲ୍ଲୀ ଓ ଗୁରୁଗ୍ରାମ କାର୍ଯ୍ୟାଳୟକୁ ଯାଇଥିଲା । କାର୍ଯ୍ୟାଳୟକୁ ଯିବାର ସାତ ଦିନ ପରେ ଦିଲ୍ଲୀ ପୁଲିସର ଏକ ଟିମ୍ ଟ୍ୱିଟର ଇଣ୍ଡିଆ ମୁଖ୍ୟକୁ ପଚରାଉଚରା କରିବା ପାଇଁ ବେଙ୍ଗାଲୁରୁ ଯାଇଥିଲା । ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଖବର ପ୍ରସାର ପାଇଁ ଟ୍ୱିଟର ବିରୋଧରେ ଗାଜିଆବାଦ ପୁଲିସ ଏତଲା ସେଠାକାର ଲୋନି ଥାନାରେ ଦେଇଛି । ଏଭଳି ସମୟରେ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ପଚରାଉଚରା ଖବର ସାମ୍ନାକୁ ଆସିଛି ।