ଟ୍ରେନ ଧକ୍କାରେ ମା’ ଓ ଝିଅ ମୃତ

ଟ୍ରେନ ଧକ୍କାରେ ମା’ ଓ ଝିଅ ମୃତ

ଟ୍ରେନ ଧକ୍କାରେ ମା’ ଓ ଝିଅ ମୃତ
ଭୁବନେଶ୍ୱର : ଟ୍ରେନ ଧକ୍କାରେ ମା’ ଓ ଝିଅଙ୍କ ମୃତୁ୍ୟ ଭଳି ଏକ ଦୁଃଖଦ ଅଘଟଣ ଘଟିଛି । ଟ୍ରେନ ଲାଇନ ପାର ହେଉଥିବାବେଳେ ମୃତୁ୍ୟର ଦାନବ ସାଜିଥିଲା ଟ୍ରେନ । କୋରେଇ ଥାନା ଚାନ୍ଦମା ଗାଁର ମା’ ଓ ଝିଅ ଯାଜପୁର ରୋଡ଼ ଷ୍ଟେସନ ନିକଟସ୍ଥ ଅହମ୍ମଦନଗର ଠାରେ ରେଳ ଲାଇନ ପାର ହେଉଥିଲେ । ତେବେ ସେହି ସମୟରେ ହାୱଡ଼ା ପୁରୀ ଟ୍ରେନ ଯାଉଥିଲେ ବି ସେମାନେ ଜାଣିପାରିନଥିଲେ । ଫଳରେ ଟ୍ରେନ ଧକ୍କାରେ ମା’ ଓ ଝିଅଙ୍କର ମୃତୁ୍ୟ ହୋଇଥିଲା । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।