ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରସ୍ତାବ

ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରସ୍ତାବ

ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରସ୍ତାବ
ମୋଟର ଯାନ ଆଇନ ହେଉ କି ଯେ କୌଣସି ଆଇନକୁ ମାନିବା ଜଣେ ଶୃଙ୍ଖଳିତ ନାଗରିକର କର୍ତବ୍ୟ । ବର୍ତମାନ ଏ ଦିଗରେ ସରକାରଙ୍କ ତତ୍ପରତା ବଢିଛି, ଟ୍ରାଫିକ୍ ନିୟମ ଉଂଲଙ୍ଘନ କଲେ ମୋଟା ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡୁଛି । ହେଲେ କ’ଣ ଆମ ପରିବହନ ସଂସ୍ଥା ଠିକ୍ ଅଛି, ଠିକ୍ ଅଛି ଆମ ରାସ୍ତା ନା ଠିକ୍ ଅଛି ପାର୍କି ବ୍ୟବସ୍ଥା । ଏହାସହିତ ଏବେ ଟ୍ରାଫିକର କଡାକଡି ନିୟମ ଆଳରେ ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରିବା ଦେଖାଦେଉଛି । ଏହା ଆଦୌ ଗ୍ରହଣୀୟ ନୁହଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏକ ପ୍ରେସ୍ ମିଟ ଜରିଆରେ କହିଛନ୍ତି । ଏହା ସହିତ ସେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ କମିସନରେଟ୍ ଟ୍ରାଫିକ ପୋଲିସକୁ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସୂଚନା ମୁତାବକ କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ ଏକ ପ୍ରେସ୍ ମିଟ ଜରିଆରେ ଏସପ୍ଲାନେଡ୍ ମଲ୍ ପାଖ ଡିଭାଇଡର୍ ପାଇଁ ହେଉଥିବା ଅସୁବଧାକୁ ଦୂର କରିବାକୁ ହେଲେ ତାକୁ ବନ୍ଦ କରିବାକୁ ପଡିବ ବୋଲି କହିଛନ୍ତି । ସେହିପରି କଳ୍ପନା ଛକ, ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ପାଖରେ ମଧ୍ୟ ସମଦଶା ଥିବାରୁ ଟ୍ରାଫିକ୍ ଜାମ ରହୁଛି । ଯେଉଁଥିପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓ ଦୁର୍ଘଟଣାର ମଧ୍ୟ ସମ୍ମୁଖିନ ହେଉଛନ୍ତି । ଏହାସହିତ ରାସ୍ତା କଡରେ ଥିବା ଉଠା ଦୋକାନ ହଟାଇ ରାସ୍ତା ପ୍ରଶସ୍ତ କଲେ ମଧ୍ୟ କିଛି ମାତ୍ରାରେ ଜାମ୍ ର ସୁଧାର ଆସିପାରିବ । ଏବଂ କିଛି ସ୍ଥାନରେ ଚେକିଂ ସମୟରେ ଜାମ୍ ରହିଥିବା ଦେଖିବାକୁ ମିଳିଛି, ଯାହା ଟ୍ରଫିକ ଜାମ୍ ର ବଡ କାରଣ । ତେବେ ଏସବୁ ସମାଧାନ କରାଗଲେ ଟ୍ରାଫିକ ନିୟନ୍ତ୍ରଣ କରାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଆଗାମୀ ଦିନରେ ଯଦି ବେଆଇନ ପାର୍କିଂ ସହିତ ଉଠା ଦୋକାନୀ ଆସି ବସନ୍ତି, ତେବେ ସମ୍ପୃକ୍ତ ଥାନା ଇନିସପେକ୍ଟରଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ସେ ଦାବି କରି କମିସନରେଟ୍ ଟ୍ରାଫିକ୍ ପୋଲିସକୁ ପ୍ରସ୍ତାବ ଦେଇଛନ୍ତି ।