ଟ୍ରାନ୍ସଜେଣ୍ଡର ବି ପାଇପାରିବେ ପରିବାର ପେନସନ୍
ଟ୍ରାନ୍ସଜେଣ୍ଡର ବି ପାଇପାରିବେ ପରିବାର ପେନସନ୍
ଭୁବନେଶ୍ୱର : ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି କରାଯିବ । ଟ୍ରାନ୍ସଜେଣ୍ଡରମାନଙ୍କୁ ପରିବାର ପେନସନ ମିଳିବ । ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ କରାଯିବ । ଡ୍ରେନେଜ ପୁନରୁଦ୍ଧାର ପାଇଁ ୫ ବର୍ଷରେ ୧୪ ଶହ କୋଟି ଖର୍ଚ୍ଚ ହେବ । କ୍ୟାବିନେଟରେ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ରାଜ୍ୟ କ୍ୟାବିନେଟ ଓଡ଼ିଶା ବେସାମରିକ ସେବା (ଓସିଏସ) ନିୟମାବଳୀ ୨୦୧୯ରେ ସଂଶୋଧନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସଂଶୋଧିତ ପ୍ରସ୍ତାବ ଅନୁଯାୟୀ, ୨୦୨୦ ଜାନୁଆରୀ ୧୦ରେ ବା ପରେ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀ ବା ପେନସନ ଭୋଗୀଙ୍କର ସାଥିହୀନ ଟ୍ରାନ୍ସଜେଣ୍ଡର ବା ଅଣଲିଙ୍ଗୀ ସନ୍ତାନ ଅବିବାହିତା କନ୍ୟା ରୂପେ ପରିଗଣିତ ହେବେ । ଏହାଛଡ଼ା ପରିବାର ପେନସନ ନିମନ୍ତେ ଅବିବାହିତା, ବିଧବା ବା ସ୍ୱାମୀ ପରିତ୍ୟକ୍ତା କନ୍ୟାଙ୍କ କ୍ଷେତ୍ରରେ ମାସିକ ଆୟ ସୀମା ୪୪ ଶହ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।




admin 