ଟୋଲଗେଟରେ ଚାଲିଛି ଜୋରଦାର ଯାଂଚ, ରାଜ୍ୟରେ ଗିରଫ ହେଲେ ୪୨୬ଜଣ ମଦୁଆ ଡ୍ରାଇଭର
ଟୋଲଗେଟରେ ଚାଲିଛି ଜୋରଦାର ଯାଂଚ, ରାଜ୍ୟରେ ଗିରଫ ହେଲେ ୪୨୬ଜଣ ମଦୁଆ ଡ୍ରାଇଭର
admin
Sep 16, 2019 - 09:24
Updated: Sep 16, 2019 - 09:24
ଭୁବନେଶ୍ୱର: ଏଣିକି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯାଉଛି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି କ୍ରମେ ଏଭଳି କରାଯାଉଛି । ଓଡ଼ିଶାରେ ଏହି ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି । ତଦନୁଯାୟୀ ମଦ୍ୟପାନ କରି ଗାଡ଼ି ଚଳାଉଥିବା ମୋଟ ୪୨୬ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଗୋଟିଏ ଦିନରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ବିଜୟ କୁମାର ଶର୍ମା । ତେବେ ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟ କମାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା କଥା ଶ୍ରୀ ଶର୍ମା କହିଛନ୍ତି ।
ପ୍ରକାଶ ଯେ, ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରିବା ପାଇଁ ରାଜ୍ୟର ସମସ୍ତ ଟୋଲ ଗେଟରେ ଯାଞ୍ଚ କରାଯାଉଛି । ସମସ୍ତ ୧୪ଟି ଟୋଲ ଗେଟରେ ଯାଞ୍ଚ କରିବାକୁ ଡିଜିପି ଶ୍ରୀ ଶର୍ମା ପୂର୍ବରୁ ନିଦେ୍ର୍ଧଶ ଦେଇଥିଲେ । ଟୋଲଗେଟରେ ଯାଞ୍ଚ ପାଇଁ ସର୍କୁଲାର ମଧ୍ୟ ଜାରି କରିଥିଲେ । ବ୍ରେଥ ଆନାଲାଇଜର ଓ ମେଡିକାଲ ଚେକ ନେଇ ଡିଜିପି ଶ୍ରୀ ଶର୍ମା ସର୍କୁଲାର ଜାରି କରିଥିଲେ ।