ଟୋକିଓ ପଦକ ତାଲିକାରେ ଚାଇନା ଶୀର୍ଷରେ

ଟୋକିଓ ପଦକ ତାଲିକାରେ ଚାଇନା ଶୀର୍ଷରେ

ଟୋକିଓ ପଦକ ତାଲିକାରେ ଚାଇନା ଶୀର୍ଷରେ


ଟୋକିଓ : ଟୋକିଓରେ ଚାଇନା ତାହାର ଦବଦବା କାଏମ ରଖିଛି । ପଦକ ତାଲିକାରେ ଏହା ଏବେ ଶୀର୍ଷରେ ରହିଛି  । ମୋଟ ପଦକରେ ଆମେରିକା ଆଗରେ ଥିଲେବି ଚାଇନା କିନ୍ତୁ ଅଧିକ ସ୍ୱର୍ଣ୍ଣ ପଦକ ପାଇଁ ମେଡ଼ାଲ ଟେବୁଲର ଶୀର୍ଷରେ ରହିଛି  ।

ଏଯାବତ ଚାଇନା ୩୭ ସ୍ୱର୍ଣ୍ଣ, ୨୭ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ ପାଇଥିବାବେଳେ ଆମେରିକା ୩୧ ସ୍ୱର୍ଣ୍ଣ, ୩୬ ରୌପ୍ୟ ଓ ୩୨ ବ୍ରୋଞ୍ଜ ପଦକ ପାଇଛି  । ଆମେରିକା ମୋଟ ୯୯ ପଦକ ପାଇଥିବାବେଳେ ଚାଇନାର ପଦକ ସଂଖ୍ୟା ୮୧ ରହିଛି  । ଅପରପକ୍ଷରେ ଆୟୋଜକ ଜାପାନ ୨୪ ସ୍ୱର୍ଣ୍ଣ ସହ ୫୧ ପଦକ ପାଇ ମେଡ଼ାଲ ଟେବୁଲର ତୃତୀୟ ସ୍ଥାନରେ ରହିଛି  । ବ୍ରିଟେନ ଏହି ଅଲମ୍ପିକରେ ଭଲ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଛି  । ବି୍ରଟେନକୁ ୧୮ ସ୍ୱର୍ଣ୍ଣ ସହ ୫୮ ପଦକ ମିଳିଥିବାବେଳେ ଋଷୀୟ ୧୭ ସ୍ୱର୍ଣ୍ଣ ସହ ୬୩ ପଦକ ପାଇଛି  ।

ଅପରପକ୍ଷରେ ଅଷ୍ଟ୍ରେଲିଆ ୧୭ ସ୍ୱର୍ଣ୍ଣ ସହ ୪୪ ପଦକ, ଜର୍ମାନୀ ୧୦ ସ୍ୱର୍ଣ୍ଣ ସହ ୩୭ ପଦକ, ଇଟାଲୀ ୧୦ ସ୍ୱର୍ଣ୍ଣ ସହ ୩୮ ପଦକ, ନେଦରଲାଣ୍ଡ ୯ ସ୍ୱର୍ଣ୍ଣ ସହ ୩୧ ପଦକ ଓ ଫ୍ରାନ୍ସ ୭ ସ୍ୱର୍ଣ୍ଣ ସହ ୨୭ ପଦକ ପାଇଛି  । ଏହାଛଡ଼ା ନୁ୍ୟଜଲାଣ୍ଡ ୭ ସ୍ୱର୍ଣ୍ଣ, ହଙ୍ଗେରୀ, କାନାଡ଼ା, ଦକ୍ଷିଣ କୋରିଆ ଓ କୁ୍ୟବାକୁ ୬ ସ୍ୱର୍ଣ୍ଣ, ବ୍ରାଜିଲକୁ ୫ ସ୍ୱର୍ଣ୍ଣ, ପୋଲାଣ୍ଡ, ଚେକ ରିପ୍ଲବିକ ଓ ଜାମାଇକା ୩ଟି ଲେଖାଏଁ ସ୍ୱଣ୍ଣଁ ପାଇଛନ୍ତି  ।