ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍‍

ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍‍

ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍‍
ଲଣ୍ଡନ: ବି୍ରଟେନ ସରକାର ଫାଇଜର ବାୟୋଏନଟେକ ପକ୍ଷରୁ ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଆସନ୍ତା ୧୪ ତାରିଖରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବି୍ରଟିଶ ରାଣୀ ଦ୍ୱିତୀୟ ଏଲିଜାବେଥ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ନେବେ । ୯୪ ବର୍ଷୀୟା ରାଣୀଙ୍କ ସହ ତାଙ୍କ ସ୍ୱାମୀ ତଥା ପି୍ରନ୍ସ ଫିଲିପ (୯୯) ମଧ୍ୟ ଟିକା ନେବେ । ସରକାରଙ୍କ ଯୋଜନା ଅନୁସାରେ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ କେୟାର ହୋମ ଓ ସେଥିରେ ନିୟୋଜିତ କାର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ଦେଶରେ କରୋନା ଟିକାକୁ ନେଇ ଯେପରି ଅପପ୍ରଚାର କରାଯାଉଛି ତାକୁ ପ୍ରତିହତ କରିବା ପାଇଁ ରାଣୀ ଟିକା ନେବେ ବୋଲି ଜଣାଯାଇଛି । ତେବେ ଟିକା ପ୍ରଦାନ ପାଇଁ ତାଙ୍କ ଲାଗି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହେବ ନାହିଁ ।