ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା
ଧର୍ମଗଡ଼: ଘରୋଇ କଳିର ପୁଣି ଏକ ରକ୍ତାକ୍ତ ପରିଣାମ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଖଇରପଦର ଗାଁରେ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ଗାଁରେ ପୀତାମ୍ବର ଶବର (୪୫) । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ୩ ମହିଳା ସମତେ ୪ ଜଣଙ୍କୁ ଅଟକ ରଖି ଜେରା କରୁଛି । ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର ଅଛି । ପୁଲିସର ସୂଚନା ମତେ, ଦିନ ୨ଟା ୪୫ ରେ ପୀତାମ୍ବର ନିଜ ଘରେ ଖାଉଥିବା ବେଳେ ଲଖପତି ନାଏକ, ପଞ୍ଚାନନ ନାୟକ, ରାଜୁ ନାଏକ, କ୍ଷେତ୍ରି ନାଏକ, ଶୋଭା ନାଏକ, ସଂଯୁକ୍ତା ନାଏକ ଓ ଦଇତାରୀ ନାଏକ ତାଙ୍କ ଘର ସାମ୍ନାକୁ ଆସି ଗାଳି ଗୁଲଜ କରିଥିଲେ । ଗାଳି ଶୁଣି ପିତାମ୍ବର ଘରୁ ବାହାରକୁ ଆସିବା ପରେ ସମସ୍ତେ ମାଡ଼ି ବସି ଟାଙ୍ଗିଆରେ ହାଣି ତାକୁ ହାଣିବା ଆରମ୍ଭ କରିଥିଲେ । ଫଳରେ ପୀତାମ୍ବରଙ୍କ ମୃତୁ୍ୟ ହୋଇଥିଲା ।