ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେବ ଶ୍ରୀରାମଙ୍କ ମୂର୍ତ୍ତି

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେବ ଶ୍ରୀରାମଙ୍କ ମୂର୍ତ୍ତି

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେବ ଶ୍ରୀରାମଙ୍କ ମୂର୍ତ୍ତି
ନ୍ୟୁୟର୍କ : ୩ ଦିନ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ କାର୍ଯ୍ୟକ୍ରମ । ଏହି ପରୀପ୍ରେକ୍ଷୀରେ ନ୍ୟୁୟର୍କ ସ୍ଥିତ ଟାଇମ୍ ସ୍କୋୟାରରେ ଭଗବାନ ଶ୍ରୀରାମଙ୍କ ଛବି ସ୍ଥାନ ପାଇବ । ଆମେରିକାରେ ରହିଥିବା ଭାରତୀୟ ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ପ୍ରଭୁ ଶ୍ରୀରାମଙ୍କ ଏକ ୩ଡି ଚିତ୍ର ଟାଇମ ସ୍କୋୟାରରେ ପ୍ରଦର୍ଶିତ ହେବ । ଅଗଷ୍ଠ ୫ ତାରିଖରେ ଆମେରିକା ଆଇକନିକ୍ ଟାଇମ୍ସ ସ୍କୋୟାରର ବିଶାଳ ହୋର୍ଡିଂରେ ପ୍ରଭୁ ଶ୍ରୀରାମଙ୍କ ଛବି ଏବଂ ଅଯୋଧ୍ୟାରେ ବିଶାଳ ରାମ ମନ୍ଦିରର ଏକ ଥ୍ରିଡି ଚିତ୍ର ପ୍ରଦର୍ଶିତ ହେବ। ଆମେରିକାନ୍ ଇଣ୍ଡିଆ ପବ୍ଲିକ୍ ଆଫେୟାର୍ସ କମିଟି ଅଧ୍ୟକ୍ଷ ଜଗଦିଶ ସେୱାନୀ କହିଛନ୍ତି, ନ୍ୟୁୟର୍କରେ ଏହି ଐତିହାସିକ ମୁହୂର୍ତ୍ତକୁ ମନାଇବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଅଗଷ୍ଟ ୫ ସକାଳ ୮ଟାରୁ ଆରମ୍ଭ କରି ରାତି ୧୦ଟା ପର୍ୟ୍ୟନ୍ତ ପ୍ରଭୁ ଶ୍ରରାମଙ୍କ ଛବି, ଭିଡିଓ, ଥ୍ରିଡି ଚିତ୍ର , ମନ୍ଦିର ଡିଜାଇନ୍ ଏବଂ କଳାକୃତ୍ତି ଏବଂ ଏଥିସହ ମୋଦୀଙ୍କ ଦ୍ବାରା ଶିଳାନ୍ୟାସର ଫଟୋ ମଧ୍ୟ ବିଭିନ୍ନ ହୋର୍ଡିଂରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି। ଭାରତୀୟ-ଆମେରିକୀୟମାନେ ମଧ୍ୟ ଅଗଷ୍ଟ ୫ ତାରିଖରେ ଟାଇମ୍ସ ସ୍କୋୟାର ନିକଟରେ ଏକତ୍ରିତ ହୋଇ ଉତ୍ସବ ମନାଇବେ ।