ଝାଡ଼ଖଣ୍ଡ ରୋପ୍‌ ୱେ ଦୁର୍ଘଟଣା; ସୂତା ଖିଅରେ ଚାଲିଗଲା ଜୀବନ

ଝାଡ଼ଖଣ୍ଡ ରୋପ୍‌ ୱେ ଦୁର୍ଘଟଣା; ସୂତା ଖିଅରେ ଚାଲିଗଲା ଜୀବନ

ଝାଡ଼ଖଣ୍ଡ ରୋପ୍‌ ୱେ ଦୁର୍ଘଟଣା; ସୂତା ଖିଅରେ ଚାଲିଗଲା ଜୀବନ

ରାଞ୍ଚି: ଆଉ କିଛି ମିନିଟ୍‌ ବାକିଥିଲା। ପାଇଥାନ୍ତେ ନୂଆ ଜୀବନ। ହେଲେ ସବୁକିଛି ଯେମିତି ଥିଲା ପୂର୍ବ ନିର୍ଦ୍ଧାରିତ। ରଶିରୁ ଖସିଗଲା ହାତ, ଚାଲିଗଲା ଜୀବନ।  ଝାଡଖଣ୍ଡ ଦେଓଘରରେ ରବିବାର ସନ୍ଧ୍ୟାରେ ହୋଇଥିବା ରୋପୱେ  ଦୁର୍ଘଟଣାରେ ଫସି ରହିଥିବା ଜଣେ ଯାତ୍ରୀ ବଞ୍ଚିବା ନିମନ୍ତେ କରିଥିବା ସମସ୍ତ ସଂଘର୍ଷର ହୋଇଛି ଦୁଃଖଦ ଅନ୍ତ । ଜୀବନ, ମରଣ ସଂଘର୍ଷର ଏହି ଛାତିଥରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।୨

।  ବାୟୁସେନା ହେଲିକପ୍ଟର ଯୋଗେ ମୃତ୍ୟୁ ମୁହଁରୁ ବାହାରି ଆସିବାକୁ ଯାତ୍ରୀଜଣକ କରିଥିଲେ ପ୍ରାଣ ମୂର୍ଚ୍ଛା ଉଦ୍ୟମ । ହେଲେ ଶେଷ ମୁହୂର୍ତ୍ତରେ ସବୁ ଫେଲ୍ ମାରିଲା। ଆଉ ମାତ୍ର କିଛି ସେକେଣ୍ଡରେ ରେସକ୍ୟୁ ଟିମ୍  ସୁରକ୍ଷିତ ଭାବେ ଉଦ୍ଧାର କରିଦେଇଥାନ୍ତେ । ହେଲେ ମଝି ଆକାଶରେ ସୁତା ଖିଅରେ ଝୁଲୁଥିଲା ଜୀବନ ।  ହାତ ଖସିଯିବାରୁ ତଳେ ପଡ଼ି ଚାଲିଗଲା ଜଣେ ଯାତ୍ରୀଙ୍କ ଜୀବନ।

ଝାଡଖଣ୍ଡ ଦେଓଘରରେ ରବିବାର ସନ୍ଧ୍ୟାରେ ହୋଇଥିବା ରୋପୱେ  ଦୁର୍ଘଟଣାକୁ ପ୍ରାୟ ୪୦ ଘଣ୍ଟା ବିତି ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି ରେସକ୍ୟୁ ଅପରେସନ । ଗତ ରବିବାର ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି  ବି ଟ୍ରଲିରେ ଫସି ରହିଛନ୍ତି ୧୦ ଯାତ୍ରୀ। ପ୍ରାୟ ୨ ରାତି ହେବ ମଝି ଆକାଶରେ ଟ୍ରଲିରେ ଅଟକି ରହିଥିବା ଯାତ୍ରୀ ଉଦ୍ଧାର ହେବାକୁ ଆକୁଳ ନିବେଦନ କରିଛନ୍ତି।

ତ୍ରିକୁଟରେ ରୋପୱେ ସେବା ପରିଚାଳନା କରୁଥିବା ଦାମୋଦର ପ୍ରାଇଭେଟ ଲିମିଟେଡ ନାମକ ପ୍ରାଇଭେଟ କମ୍ପାନୀର ଜେନେରାଲ ମ୍ୟାନେଜର ମହେଶ ମେହେତାଙ୍କ କହିବାନୁଯାୟୀ, ରୋପୱେ ଦୁର୍ଘଟଣା ଯୋଗୁ ୮ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ରୋପୱେରେ  ଫସିଥିବା ଯାତ୍ରୀଙ୍କ ମଧ୍ୟରୁ ୩୪ ଜଣଙ୍କୁ ଉଦ୍ଧାର କରାଯାଇଛି। ରେସକ୍ୟୁ ସମୟରେ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଫସି ରହିଥିବା ୧୦ ଜଣଙ୍କ ମଧ୍ୟରେ ମହିଳା, ପୁରୁଷ, ଛୋଟ ଛୁଆ ଅଛନ୍ତି ।

ଗତକାଲି ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ରାତି ହୋଇଯିବାରୁ ତାହାକୁ ବନ୍ଦ କରାଯାଇଛି। ଏହାପରେ ଆଜି ସକାଳୁ ଏହି ଅପରେସନକୁ ପୁଣିଥରେ ଜୋରଦାର କରାଯାଇ  ୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।  ରେସକ୍ୟୁ ଅପରେସନରେ  ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକପ୍ଟର, ଆଇଟିବିପି ଏବଂ ଏନଡିଆରଏଫ୍  ଟିମ୍ ନିୟୋଜିତ ଅଛନ୍ତି। ରୋପ୍ୱେରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡିଛନ୍ତି ବାୟୁସେନାର ଯବାନ । ଡ୍ରୋନ୍ ଜରିଆରେ ଫସିରହିଥିବା ପର୍ୟ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ।