ଜୋରିମନାରେ କୋହଳ ହେଲା

ଜୋରିମନାରେ କୋହଳ ହେଲା

ଜୋରିମନାରେ କୋହଳ ହେଲା
ଭୁବନେଶ୍ୱର - ଜରିମାନା ଆଦାୟ ଯୋଗୁଁ ଦୁର୍ଘଟଣା କମିଛି । ତେବେ କେତୋଟି ଜିନିଷରେ ଜରିମାନା କୋହଳ ହେବା ଦରକାର ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଆସନ୍ତାକାଲି ସଡ଼କ ସୁରକ୍ଷା ନେଇ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୈଠକରେ ଯୋଗଦେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରତି ୩୦ କିମି ରାସ୍ତାରେ ସ୍କ୍ୱାଡ ରଖିବାର ବନେ୍ଦାବସ୍ତ କରାଯିବ । ରାସ୍ତାକଡ଼ରେ ପାର୍କିଂ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ । ଏଥିପାଇଁ ଅଧିକ ଆର୍ଥିକ ସହଯୋଗ ଓ ମାନବ ସମ୍ବଳର ଆବଶ୍ୟକତା ରହିଛି । ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏସବୁ ଦାବି ଉପସ୍ଥାପିତ କରାଯିବ । ଦୁଘଟଣା ୨୦% କମାଇବା ଲକ୍ଷ୍ୟ ରହିଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।