ଜେଲ୍‌ରେ କୋଟିପତି ଏଏସ୍‌ପି ତ୍ରିନାଥ ମିଶ୍ର

ଜେଲ୍‌ରେ କୋଟିପତି ଏଏସ୍‌ପି ତ୍ରିନାଥ ମିଶ୍ର

ଜେଲ୍‌ରେ କୋଟିପତି ଏଏସ୍‌ପି ତ୍ରିନାଥ ମିଶ୍ର

କଟକ:  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଏଏସ୍‌ପି ତ୍ରିନାଥ ମିଶ୍ର ଏବେ ଜେଲ୍‌ରେ।  କଟକରେ ଅବସ୍ଥାପିତ କମ୍ୟୁନିକେସନ ଏଏସ୍ପି  ଶ୍ରରୀ ମିଶ୍ର କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।  ଆସନ୍ତା ୨୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସଂପତ୍ତି ଠାବ ହୋଇଛି। ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ।

ଏଏସ୍ପି ତ୍ରିନାଥ ମିଶ୍ରଙ୍କ କଟକ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର ଜବତ କରାଯାଇଛି। ଏହା ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ର ଏବଂ ୫.୩ ଲକ୍ଷର ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଜବତ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ କମ୍ୟୁନିକେସନ ଏଏସ୍ପି  ଶ୍ରୀ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।  ଭିଜିଲାନ୍ସ ପକ୍ଷରୁ ଦୀପ୍ତିମୟୀଙ୍କ  ନାଁରେ ମାମଲା ରୁଜୁ କରାଯାଇଛି।