ଜେଏନ୍ୟୁରେ ଦୁଇ ଛାତ୍ର ସଂଗଠନ ମୁହାଁମୁହିଁ
ଜେଏନ୍ୟୁରେ ଦୁଇ ଛାତ୍ର ସଂଗଠନ ମୁହାଁମୁହିଁ
ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ୟୁନିଭରସିଟି ପରିସରେ ପୁଣି ମୁହାଁମୁହିଁ ହୋଇଛନ୍ତି ଏବିଭିପି ଓ ବାମପନ୍ଥୀ ଛାତ୍ର ସଂଗଠନ ଏଆଇଏସ୍ଏଦୁଇ ସଂଗଠନ ମଧ୍ୟରେ ମାର୍ପିଟ୍ ଲାଗି ବହୁ ଛାତ୍ର ଗୁରୁତର ମଧ୍ୟ ହୋଇଛନ୍ତି। ଏବିଭିପି ସଙ୍ଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, କ୍ୟାମ୍ପସରେ ଗତ ରାତିରେ ସେମାନଙ୍କର ଏକ କାର୍ୟ୍ୟକ୍ରମ ଚାଲିଥିବା ବେଳେ ଏଆଇଏସ୍ଏ ଛାତ୍ର ସଂଗଠନ କର୍ମୀ ସେଠାରେ ପହଞ୍ଚି ସେମାନଙ୍କୁ ମାରପିଟ କରିଥିଲେ। କେବଳ ସେତିକି ନୁହେଁ ସେମାନେ ଏବିଭିପିର ମହିଳା ଓ ଭିନ୍ନକ୍ଷମଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଗୁରୁତରମାନଙ୍କୁ ଏମସ୍ରେ ଭର୍ତ୍ତି କରାଯାଇଛି।
ଦିଲ୍ଲୀର ବସନ୍ତ କୁଞ୍ଜ ପୁଲିସ ଷ୍ଟେସନରେ ଏବିଭିପି ପକ୍ଷରୁ ଏକ ଅଭିଯୋଗ ଦିଆଯାଇଛି । ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି, ଏଫଆଇଆର ଏପର୍ୟ୍ୟନ୍ତ ପଞ୍ଜୀକୃତ ହୋଇନାହିଁ।
ଏବିଭିପିର ଔଘଟ ୟୁନିଟ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ବାମ ଛାତ୍ରଙ୍କ ଆକ୍ରମଣରେ ଅନେକ ଏବିଭିପି ଛାତ୍ର ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ମହିଳା ଏବଂ ଭିନ୍ନକ୍ଷମ ଅଛନ୍ତି। ଅନ୍ୟପକ୍ଷରେ ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନର ସଭାପତି ତଥା ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ନେତା ଆୟେଶ ଘୋଷ ଏହି ଆକ୍ରମଣ ପାଇଁ ଏବିଭିପିଙ୍କୁ ଦାୟୀ କରିଛନ୍ତି।
ଶ୍ରୀ ଘୋଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ଏବିଭିପି ଗ୍ରୁପ ଜେଏନୟୁରେ ହିଂସା ଘଟାଉଛି। ବାରମ୍ବାର ଏହି ଅପରାଧୀମାନେ ଛାତ୍ରଙ୍କ ଉପରେ ହିଂସା ପ୍ରଦର୍ଶନ କରି କ୍ୟାମ୍ପସ ଗଣତନ୍ତ୍ରକୁ ବାଧା ଦେଉଛନ୍ତି। ଜେଏନୟୁ ପ୍ରଶାସନ ଚୁପ୍ ବସିଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ।
ଏହି ମାମଲାର ଏକ ଭିଡିଓ ସାମନାକୁ ଆସିଥିବା ବେଳେ ସେଥିରେ ଦେଖାଯାଇଛି , ଏବିଭିପି କର୍ମୀ ଗୋଟିଏ ରୁମ୍ରେ ବୈଠକ କରୁଥିବା ବେଳେ ବାହାରେ ବାମପନ୍ଥୀ ଛାତ୍ର ଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ‘କଦମ, କଦମ ପର ଲଢେଙ୍ଗେ ତୁମସେ, ଦେଖ ଲେଙ୍ଗ’ ବୋଲି କହୁଥିଲେ। ଏହା ଜବାବରେ ରୁମ୍ ଭିତରେ ଥିବା ଏବିଭିପି କର୍ମୀ ‘ଜିନ୍ଦାବାଦ, ବନ୍ଦେ ମାତରମ” ନାରା ଲଗାଇଥିଲେ।




admin 