ଜୁଲାଇ ୧ ରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା
ଜୁଲାଇ ୧ ରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଝଟକା ମିଳିଛି । ଜୁଲାଇ ୧ ରୁ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ବା ଡିଏ ଓ ମହଙ୍ଗା ରିହାତି ବା ଡିଆର ମିଳିବ ନାହିଁ ବୋଲି ଏହା କହିଛି । ମନ୍ତ୍ରଣାଳୟ ଏ ନେଇ ସ୍ପଷ୍ଟ କରି କହିଛି ଯେ ମହଙ୍ଗା ଭତ୍ତା ବା ମହଙ୍ଗା ରିହାତି ଲାଗୁ ସଂକ୍ରାନ୍ତରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇନାହିଁ । ଗତବର୍ଷ ଏପି୍ରଲରେ ବଢ଼ିଥିବା ମହଙ୍ଗା ଭତ୍ତା ଓ ମହଙ୍ଗା ରିହାତିକୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ରୋକ ଲଗାଇଥିଲେ ଅର୍ଥ ମନ୍ତ୍ରଣାଳୟ । ଅର୍ଥ ମନ୍ତ୍ରଣାଳୟ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ଏବେ ସୋସିଆଲ ମିଡିଆରେ ଏକ ନକଲି ଡକୁ୍ୟମେଣ୍ଟ ଘୂରି ବୁଲୁଛି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ନିମନ୍ତେ ଡିଆର ପୁଣି ଲାଗୁ କରାଯିବ ବୋଲି ଏଥିରେ ଦାବି କରାଯାଇଛି । କିନ୍ତୁ ସମସ୍ତେ ଜାଣି ରଖିବା ଉଚିତ ଯେ ଏହି ସରକାରୀ କାଗଜ ନକଲି । ଏଥିରେ ଆଦୌ ସତ୍ୟତା ନାହିଁ । ଏପି୍ରଲ ୨୩ ନିଦେ୍ର୍ଧଶନାମାରେ କୁହାଯାଇଥିଲା ଯେ ୨୦୨୦ ଜାନୁଆରୀ ୧ରୁ ୨୦୨୧ ଜୁନ ୩୦ ଅବଧିର କୌଣସି ପ୍ରକାର ବକେୟା ପ୍ରଦାନ କରାଯିବ ନାହିଁ ।




admin 