ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଆସୁଛନ୍ତି ନବୀନ, ଭବ୍ୟ ସ୍ୱାଗତ ପାଇଁ ରାଜରସ୍ତା ଭିଡ

ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଆସୁଛନ୍ତି ନବୀନ, ଭବ୍ୟ ସ୍ୱାଗତ ପାଇଁ ରାଜରସ୍ତା ଭିଡ

ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଆସୁଛନ୍ତି ନବୀନ, ଭବ୍ୟ ସ୍ୱାଗତ ପାଇଁ ରାଜରସ୍ତା ଭିଡ


ଭୁବନେଶ୍ୱର : ଓଡ଼ିଶାର ବୈପ୍ଳବିକ ବିକାଶ ସହ ରାଜ୍ୟବାସୀଙ୍କ ହିତ ଲାଗି ନିଷ୍ଠାପର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଲାଇଫଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ ଗସ୍ତ ସାରି ମଙ୍ଗଳବାର ଦିନ ୧୧ଟା ୩୦ରେ ନବୀନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହି ଅବସରରେ ନବୀନଙ୍କୁ ଭବ୍ୟ ସ୍ୱାଗତ ଜଣାଇବାକୁ ବିଜେଡି ପକ୍ଷରୁ ବିରାଟ ପ୍ରସ୍ତୁତି କରାଯାଇଛି । ପ୍ରତି ନିର୍ବାଚନମଣ୍ଡଳୀରୁ ଶତାଧିକ କର୍ମୀ, ନେତା, ଶୁଭେଚ୍ଛୁ ଆସୁଛନ୍ତି ନବୀନଙ୍କ ସ୍ୱାଗତ ପାଇଁ । ଏହାବାଦ୍‌ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଜଗତସିଂହପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ଭଦ୍ରକ ଆଦି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କର୍ମୀ ଆସୁଛନ୍ତି ଭୁବନେଶ୍ୱର । କର୍ମୀ, ନେତା ଏକାଠି ହେବେ ବିଜୁ ପଟ୍ଟନାୟକ ବିମାନବନ୍ଦର ଗୋଲେଇ ଛକ ପାଖରେ । ସଭିଏ ନବୀନଙ୍କୁ ଦେଖିବେ, ଶୁଣିବେ ଓ ଶୁଭେଚ୍ଛା ଜଣାଇବେ ।

ନବୀନ ବିମାନବନ୍ଦରରୁ ଆସି ଗୋଲେଇ ଛକରେ ପହଞ୍ଚିବେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରେ ପ୍ରସ୍ତୁତ ମଞ୍ଚରେ ତାଙ୍କୁ ବିଶାଳ ସମ୍ବର୍ଦ୍ଧନା ଦିଆଯିବ । ମଞ୍ଚରୁ କର୍ମକର୍ତ୍ତା ଓ ରାଜ୍ୟବାସୀଙ୍କୁ ନବୀନ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି । ସବୁ ବଡ଼ ନେତା ସେଠାରେ ଉପସ୍ଥିତ ରହିବେ । ଦଳର ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ଯୁବ, ଛାତ୍ର, ମହିଳା ସଂଗଠନ ପୂରା ଦମ ଲଗାଇ ଦେଇଛନ୍ତି କାର୍ୟ୍ୟକ୍ରମ ପାଇଁ । ଯୋଡ଼ି ଶଙ୍ଖରେ କମ୍ପିବ ବିମାନବନ୍ଦର ଅଞ୍ଚଳ । ଫୁଲ ବର୍ଷା ହେବ ନବୀନଙ୍କ ସ୍ୱାଗତରେ । ପାରମ୍ପରିକ ବାଦ୍ୟ ଓ ନାଚଗୀତ ବି ହେବ ।