ଜାତୀୟ ହାତଧୁଆ ସପ୍ତାହ ...

ଜାତୀୟ ହାତଧୁଆ ସପ୍ତାହ ...

ଜାତୀୟ ହାତଧୁଆ ସପ୍ତାହ ...
ଆଠଗଡ - ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ପୋଷଣ ଯେତିକି ଅବଶ୍ୟକ ତାଠାରୁ ସତର୍କତା ଅଧିକ ଆବଶ୍ୟକ ବୋଲି ଆଜି ସ୍ଥାନିୟ ରାଜନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଜାତୀୟ ହାତଧୁଆ ଦିବସର ଉଦଯାପନରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବ୍ରହ୍ମପୁର ସ୍ୱାସ୍ଥୂ୍ୟକେନ୍ଦ୍ର ଅନ୍ତର୍ଗତ ମେଘା ସେକ୍ଟର ସମୁହ ଗାଁ କଲ୍ୟାଣ ସମିତି ପକ୍ଷରୁ ସେକ୍ଟରର ବରିଷ୍ଠ ବହୁମୁଖି ସ୍ୱାସ୍ଥ ପରିଦର୍ଶକ ମହମ୍ମଦ ଅସଲମଙ୍କ ପୌରହିତରେ ଗତ ୧ ତାରିଖ ଠାରୁ ଚାଲୁଥିବା ଜାତୀୟ ହାତଧୁଆ ପାଳନ ସପ୍ତାହର ଆଜି ଉଦଯାପନ ଅବସରରେ ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ପରିଚାଳକ ଡାଃ ଦିଲ୍ଲିପ ଦାସ ଅଧ୍ୟକ୍ଷତା କରିଥିଲେ । ଏହାସହିତ ବ୍ଳକ ଜନସ୍ୱାସ୍ଥ୍ୟ ଅଧିକାରୀ କବତାରାଣୀ ଦାସ, ବ୍ଳକ ସଂଯୋଜିକା ପୁଷ୍ପିତା ଦାସ ବି.ଡି.ଏମ. ସତ୍ୟ ସଂଗ୍ରାମ ଦେହୁରୀ, ବି.ଏ.ଏମ. ସୁବାସ ସାହୁ ପ୍ରମୁଖ ଯୋଗ ଦେଇ ହାତଧୁଆର କୌଶଳ ସମେତ ଉପକାରିତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ମୁକ୍ୟତଃ ଖାଦ୍ୟ ଖାଇବା ପୁର୍ବରୁ ଏବଂ ପରେ, ଶୌଚ ପରେ, ଛିଙ୍କିବା, କାଶିବା, ନାକ ତଥା ମଳ ମୁତ୍ର ସଫା କରିବା ସହିତ ଖାଦ୍ୟ ଦେବା ପୁର୍ବରୁ ନିଶ୍ଚତ ଭାବେ ପରିଷ୍କାର ଭାବେ ହାତକୁ ହାତଧୁଆ ନିମନ୍ତେ ମିଳୁଥିବା ସାବୁନ ଅଥବା ଆବଶ୍ୟକ ତରଳ ପଦାର୍ଥ ସାହାର୍ଯ୍ୟରେ ଭଲ ଭାବରେ ଧୋଇଲେ ଅଧିକାଂଶ ରୋଗରୁ ମୁକ୍ତି ମିଳିଥାଏ ଯାହାକି ଖାଦ୍ୟ ଗ୍ରହଣ ପୁର୍ବରୁ ହାତରେ ଲାଗି ରହିଥିବା ବିଭିନ୍ନ ପ୍ରକାର ବାକ୍ଟେରିଆକୁ ଦୁରକରି ହେବ ଏବଂ ଅମେ ନିରୋଗ ରହିବା ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସତ୍ୟଭାମା ସାମନ୍ତରାୟଙ୍କ ସହଯୋଗିତାରେ ହାତଧୁଆକୁ ନେଇ ଏକ ବକୃତା ପ୍ରତିଯୋଗିତା ମଧ୍ୟ କରଯାଇଥିଲା । ଏହା ସହିତ ସେକ୍ଟରରେ କାର୍ଯରତ ଥିବା ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇ ଥିଲେ । ପରେ ପରେ ଏଜ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହିତ ହାତଧୁଆ ଉପରେ ସାଧାରଣରେ ସଚେତନତା ବାର୍ତା ବାଂଟିଥିଲେ ।