ଜାଣନ୍ତୁ ମନୁଷ୍ୟ ନାକର କ୍ଷମତା

ଜାଣନ୍ତୁ ମନୁଷ୍ୟ ନାକର କ୍ଷମତା

ଜାଣନ୍ତୁ  ମନୁଷ୍ୟ ନାକର କ୍ଷମତା
ମନୁଷ୍ୟର ଜୀବନଶୈଳୀକୁ ନେଇ ଗବେଷକଗଣ ବର୍ଷବର୍ଷ ଧରି ପରୀକ୍ଷା କରିଆସୁଛନ୍ତି । ଏ ସଂକ୍ରାନ୍ତରେ ନିକଟରେ ନ୍ୟୁୟର୍କ ବିଶେଷଜ୍ଞଗଣ ପରୀକ୍ଷା କରି ବିଭିନ୍ନ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି । କିଛି ସେକେଣ୍ଡରେ ଜଣେ ସାଧାରଣ ବ୍ୟକ୍ତି ଲକ୍ଷାଧିକ ପ୍ରକାରର ରଙ୍ଗକୁ ଚିହ୍ନଟ କରିପାରୁଥିବାବେଳେ ବିଭିନ୍ନ ପ୍ରକାରର ୍ରଶବ୍ଦକୁ ମଧ୍ୟ ଶୁଣିପାରେ । ଆଉ ରହିଲା ବାସ୍ନା ପ୍ରସଙ୍ଗ । ୯୧% ରୁ ଅଧିକ ଲୋକ୫୦ ହଜାର ପ୍ରକାରର ବାସ୍ନାକୁ ଯେକୌଣସି ପରିସ୍ଥିତିରେ ଭୁଲିପାରନ୍ତିନାହିଁ । ଉଦାହରଣ ସ୍ୱରୂପ ଅନ୍ୟ କାହା ଘରକୁ ଗଲେ, ସେଠାକାର ଭିନ୍ନ ପରିବେଶ ଓ ବାସ୍ନାକୁ ଆମେ ତୁରନ୍ତ ଘ୍ରାଣ କରିପାରୁ । ଏପରିକି ଅନେକ ବର୍ଷ ପରେ ସେହି ବାସ୍ନା ସହ ଜଡିତ ହେଲେ, ତାହାର ସ୍ମୃତିକୁ ମନେପକାଇପାରେ ମନୁଷ୍ୟ । ବାସ୍ନା ଯଦିଓ କ୍ଷଣସ୍ଥାୟୀ ହେଲେ ମନୁଷ୍ୟର ଚିନ୍ତାଧାରାରେ ଏହାର ସମୟସୀମା ସର୍ବାଧିକ ।