ଜାଣନ୍ତୁ କ’ଣ ରହିଛି କରୋନା ଟୀକାର ନାମ ଏବଂ ଇତିହାସ

ଜାଣନ୍ତୁ କ’ଣ ରହିଛି କରୋନା ଟୀକାର ନାମ ଏବଂ ଇତିହାସ

ଜାଣନ୍ତୁ କ’ଣ ରହିଛି କରୋନା ଟୀକାର ନାମ ଏବଂ ଇତିହାସ
ମସ୍କୋ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଜି ବିଶ୍ୱର ପ୍ରଥମ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ଋଷ ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷର ବିକଶିତ କରାଯାଉଥିବା କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳି ସାରିଛି । ଏହି ଟୀକାର ନାମ ସ୍ପୁଟନିକ-ଭି ରଖାଯାଇଛି । ଋଷିଆର ମହାକାଶ ଯାନ ସ୍ପୁଟନିକ ଅନୁଯାୟୀ ଏହାର ନାମ ସ୍ପୁଟନିକ-ଭି ରଖାଯାଇଛି । ୧୯୫୭ ମସିହାରେ ସୋଭିଏତ୍ ୟୁନିୟନ୍ ପକ୍ଷରୁ ଲଞ୍ଚ କରାଯାଇଥିବା ପ୍ରଥମ ଉପଗ୍ରହ ସ୍ପୁଟନିକ-୧ ଅନୁଯାୟୀ ଏହାର ନାମ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ଟୀକା ପୁତିନଙ୍କ ଝିଅକୁ ଲଗାଯାଇଛିଏବଂ ସୁସ୍ଥ ରହିଥିବା ଜଣାପଡିଛି । ପ୍ରାରମ୍ଭିକ ଭାବରେ ନିଜର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଏହି ଟୀକା ଦିଆଯିବ ବୋଲି ପୁତିନ କହିଛନ୍ତି । ଆଗାମୀ ଦିନରେ ବିଭିନ୍ନ ରାଷ୍ଟ୍ରକୁ ଯୋଗାଣ କରାଯିବା ନେଇ ପୁତିନ ଘୋଷଣା କରିଛନ୍ତି ।