ଜାଣନ୍ତୁ ଇସବଗୋଲର ଉପକାରିତା ।

ଜାଣନ୍ତୁ ଇସବଗୋଲର ଉପକାରିତା ।

ଜାଣନ୍ତୁ ଇସବଗୋଲର ଉପକାରିତା ।
କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ଅଧିକାଂଶ ଲୋକେ ଇସବଗୁଲ୍ କିମ୍ବା ସାଇଲିୟମ ହସ୍କ ନାଁ ତ ଶୁଣିଥିବେ। ଏହା ପ୍ଲାଣ୍ଟେଗୋ ଓଭାଟୋ ବୃକ୍ଷରୁ ମିଳୁଥିବା ମଞ୍ଜି ଏବଂ ଭୁସି ଅଟେ। ଇସବଗୁଲ୍ ଏକ ଦ୍ରବଣୀୟ ଫାଇବର। ଆପଣ ଏହାକୁ ପାଣିରେ ମିଶାଇଲେ ଏହା ଜେଲି ଭଳି ହେବା ପାଇଁ ପାଣିରେ ଅବଶୋଷିତ ହୋଇଥାଏ। ଏହା ବ୍ୟତୀତ ଏହା ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ। ପେଟ କିମ୍ବା କୋଠକାଠିନ୍ୟ ସମସ୍ୟାକୁ ଦୂର କରିବା ବ୍ୟତୀତ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ୧.କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ : ଇସବଗୁଲରେ ହାଇଗ୍ରୋସ୍କୋପିକ୍ ଗୁଣ ହୋଇଥାଏ,ଯାହା ଡାଇଜେଷ୍ଟିଭ ସିଷ୍ଟମରେ ଅଧିକ ପାଣି ଶୁଖିବାରେ ସାହାଯ୍ୟ କରିଥାଏ। ଇସବଗୁଲରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଆପଣ କ୍ଷୀର ସହ ୨ଚାମଚ ଇସବଗୁଲ ମିଶାଇ ରାତିରେ ପିଅନ୍ତୁ ଏବଂ ସକାଳେ ଆପଣ ତାଜା ଅନୁଭବ କରିବେ। ୨.ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ : ଇସବଗୁଲ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଜିଲୋଟିନ୍ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ। ୩. କୋଲେଷ୍ଟୋଲ୍ କମ୍ କରିଥାଏ : ଇସବଗୁଲ ପିତ୍ତ ଏସିଡକୁ ବାନ୍ଧିଥାଏ ଏବଂ ଏଲଡିଏଲ୍ କୋଲେଷ୍ଟୋଲ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ। ୪.ହୃଦୟକୁ ସୁସ୍ଥ ରଖିଥାଏ: ଇସବଗୁଲ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଟ୍ରାଇଗ୍ଲିସରାଇଡର ସ୍ତରକୁ କମ୍ କରିଥାଏ। ଏହା ହୃଦୟର ମାଂସପେଶୀକୁ ମଜବୁତ କରିଥାଏ। ଏହା ଲିପିଡର ସ୍ତରକୁ ବଢ଼ାଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ୫. ଓଜନ କମାଇବାରେ ସହାୟକ ହୋଇଥାଏ : ଇସବଗୁଲ ଓଜନ କମାଇବାରେ ସହାୟକ ହୋଇଥାଏ। ଓଜନ କମାଇବା ପାଇଁ ଆପଣ ୨ଚାମୁଚ ଇସବଗୁଲ ପାଉଡରକୁ ୧ଗ୍ଲାସ୍ ପାଣିରେ କିମ୍ବା ଜୁସରେ ମିଶାଇ ପିଅନ୍ତୁ। ଏହା ବ୍ୟତୀତ, ଆପଣ ଇସବଗୁଲକୁ ପାଣି ଏବଂ ଲେମ୍ବୁରସ ସହ ମିଶାଇ ମଧ୍ୟ ପିଇ ପାରିବେ। ଏହା ଓଭରଇଟିଙ୍ଗକୁ ରୋକିବାରେ ସାହାଯ୍ୟ କରିଥାଏ।