ଜନଧନ ଯୋଜନାକୁ ୭ ବର୍ଷ ପୂରଣ, ଅଦ୍ୟାବଧି ୪୩.୦୪ କୋଟି ବ୍ୟାଙ୍କ ଖାତା

ଜନଧନ ଯୋଜନାକୁ ୭ ବର୍ଷ ପୂରଣ, ଅଦ୍ୟାବଧି ୪୩.୦୪ କୋଟି ବ୍ୟାଙ୍କ ଖାତା

ଜନଧନ ଯୋଜନାକୁ ୭ ବର୍ଷ ପୂରଣ, ଅଦ୍ୟାବଧି ୪୩.୦୪ କୋଟି ବ୍ୟାଙ୍କ ଖାତା

ନୂଆଦିଲ୍ଲୀ: ସମସ୍ତଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଜନ ଧନ ଯୋଜନାକୁ ସାତ ବର୍ଷର ପୂରିଛି। ୨୦୧୪ ଅଗଷ୍ଟ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୨୧ ଅଗଷ୍ଟ ୨୧ ସୁଦ୍ଧା ଏହି ଯୋଜନା ଅଧୀନରେ ୪୩.୦୪ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି। ସେଥିମଧ୍ୟରୁ ୫୫.୪୭% ଖାତା ମହିଳାଙ୍କ ନାମରେ ଖୋଲାଯାଇଥିବା ବେଳେ ୬୬.୬୯% ଖାତା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଛି । ଏହି ଯୋଜନା କାର୍ୟ୍ୟକାରୀ ହେବାର ପ୍ରଥମ ବର୍ଷରେ ୧୭.୯୦ କୋଟି ଖାତା ଖୋଲାଯାଇଥିଲା । ସେହିଦିନଠାରୁ ନିରନ୍ତର ଭାବେ ଜନଧନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ୩୬.୮୫ କୋଟି ଜନ ଧନ ଖାତା ସକି୍ରୟ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଯଦି କୌଣସି ଖାତାରେ ଦୁଇ ବର୍ଷ ପର୍ୟ୍ୟନ୍ତ କୌଣସି କାରବାର ହୁଏ ନାହିଁ ତାହାକୁ ଅଚଳ ବର୍ଗରେ ସାମିଲ କରାଯାଏ । ମାତ୍ର ୮.୨% ଜନ ଖାତାରେ ଜିରୋ ବାଲାନ୍ସ ରହିଛି । ଜନ ଧନ ଖାତା ଗୁଡ଼ିକରେ ୧,୪୬,୨୩୦ କୋଟି ଟଙ୍କା ଜମାର ରାଶି ରହିଛି । ପ୍ରତି ଖାତାରେ ହାରାହାରି ଭାବେ ୩୩୯୮ ଟଙ୍କା ରଖାଯାଇଛି । ଜନ ଧନ ଖାତା ଖୋଲିଥିବା ଗ୍ରାହକଙ୍କୁ ୩୧.୨୩ କୋଟି ରୂପେ ଡେବିଟ କାର୍ଡ ଦିଆଯାଇଛି । ଜନ ଧନ ଯୋଜନା ଅସଂଖ୍ୟ ଭାରତୀୟଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇଥିବା ବେଳେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇ ସଶକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।