ଜଗଦେବଙ୍କୁ ଜାମିନ
ଜଗଦେବଙ୍କୁ ଜାମିନ
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଆଶ୍ବସ୍ତି। ହାଇକୋର୍ଟ ପ୍ରଶାନ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଆବଶ୍ୟକ ସର୍ତ୍ତ ରଖି ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଭଳି ସର୍ତ୍ତ ରହିଛି। ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ଅକ୍ଟୋବର ୮ ତାରିଖରେ ଜାମିନ ଖାରଜ ନିର୍ଦ୍ଦେଶ ବିରୋଧରେ ଚିଲିକା ବିଧାୟକ ହାଇକୋର୍ଟରେ ଆବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଦାୟର ମାମଲାରେ ଅତିରିକ୍ତ ଦୌରା ଜଜ୍ ଅଦାଲତ ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ପୂର୍ବରୁ ଏହି ମାମଲାରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ। ଜାମିନ ଆବେଦନ ନିମ୍ନ ଅଦାଲତ ଖାରଜ କରିବା ସହିତ ବିଧାୟକଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ। ହେଲେ ଅସୁସ୍ଥତା ଯୋଗୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ବିଜେପି ଅଭିଯୋଗ ଉଠାଇଥିଲା।




admin 