ଚୀନ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା ।

ଚୀନ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା ।

ଚୀନ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା ।
ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି ଏବଂ ଦକ୍ଷିଣ ଚୀନ ସାଗରରେ ଉଭୟ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଚୀନ ବିରୋଧରେ କଟକଣା ଜାରି କରୁଛନ୍ତି । ୧୬ ଜୁନରୁ ଚୀନରୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଉପରେ କଟକଣା ଲଗାଇବାକୁ ଘୋଷଣା ହୋଇଥିବାରୁ ଚୀନର ସମସ୍ୟା ବଢ଼ିବା ସୁନିଶ୍ଚିତ ହୋଇଛି । ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ପାଇଁ ଚୀନକୁ ଆମେରିକା ସିଧାସଳଖ ଦାୟୀ କରିବା ସହ ଘୋର ଆର୍ଥିକ ସଙ୍କଟ ପଛରେ ମଧ୍ୟ ଚୀନ ରହିଥିବା କହିଛି । ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ହଂକଂ ପ୍ରସଙ୍ଗ ମଧ୍ୟ ଏବେ ଦୁଇ ଦେଶର ସମ୍ପର୍କକୁ ଅଧିକ ତିକ୍ତ କରିଛି । ଅନ୍ୟ ପକ୍ଷରେ ଚୀନ ମଧ୍ୟ ଆମେରିକା ସହ ମୁକାବିଲା ପାଇଁ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରି ଦେଇଛି । ଏହି ଲଢ଼େଇରେ ଭାରତ ଆମେରିକାର ପକ୍ଷ ନ ନେବାକୁ ଚୀନ ଚେତାବନୀ ଦେଇଛି ।