ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ବାଣପୁର ବ୍ଲକ୍‌ରେ ହୋଇଛି ଏପରି ଆକ୍ରମଣ। ଏଥିରେ ଶ୍ରୀ ଜଗଦ୍ଦେବ ରକ୍ତାକ୍ତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣପୁର ମେଡିକାଲ୍‌ ନିଆଯାଇଛି। ସେଠାରୁ ଭୁବନେଶ୍ବର ନିଆଯାଉଥିବା କୁହାଯାଉଛି। ବାଣପୁର ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ଘଟିଛି ଏହି ଘଟଣା। କୁହାଯାଉଛି ଯେ ସେଠାରେ ବିଜେପି ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବାନେଇ ପ୍ରସ୍ତୁତି ଚଳାଇଥିବା ବେଳେ ବିଜେଡି ଏହାକୁ ହାତଇେବାକୁ ଚେଷ୍ଟା ଚଳାଇଛି। ଏହା ମଧ୍ୟରେ ବ୍ଲକ୍‌ରେ ପ୍ରବଳ ଭିଡ଼ ଥିବା ବେଳେ ବିଧାୟକ ଶ୍ରୀ ଜଗଦ୍ଦେବ କାର୍‌ ଚଳାଇ ବ୍ଲକ୍‌ ପରିସରକୁ ଯାଉଥିଲେ। ଏହି ସମୟରେ କାର୍‌ ଧକ୍କାରେ ପୁଲିସ କର୍ମଚାରୀଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି। ଏଥିରେ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ। ବିଧାୟକଙ୍କ ଗାଡ଼ିରେ ୨ ପୁଲିସ କର୍ମଚାରୀ ଆହତ ହୋଇଥିବା କୁହାଯାଉଛି। ଶହ ଶହ ଲୋକଙ୍କ ଭିଡ଼ ମଧ୍ୟକୁ ବେପରୁଆ ଭାବେ କାର୍‌ ଚଳାଇବାରୁ ଏପରି ଗଣ୍ଡଗୋଳ ହୋଇଥିବା କୁହାଯାଉଛି। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି।