ଚାଲିଗଲେ ଆଉ ଜଣେ ଅଭିନେତା

ଚାଲିଗଲେ ଆଉ ଜଣେ ଅଭିନେତା

ବେଙ୍ଗାଲୁରୁ : ଲୋକପ୍ରିୟ ମାଲାୟାଲାମ ଚଳଚ୍ଚିତ୍ର ଅଭିନେତା ଭି ପି ଖାଲିଦଙ୍କର ହୃଦଘାତରେ ପରଲୋକ ହୋଇଛି ।  ୭୦ବର୍ଷୀୟ ଖାଲିଦ ଜୁଡେ ଆଣ୍ଟୋନିଙ୍କ ନିଦେ୍ର୍ଧଶିତ ଏକ ଫିଲ୍ମ ପାଇଁ କୋଚିରେ ସୁଟିଂ କରୁଥିବା ସମୟରେ ହୃଦଘାତରେ ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖାଲିଦ ଜଣେ ବହୁ ଚର୍ଚ୍ଚିତ ମଞ୍ଚ ଅଭିନେତା ଥିଲେ । ଆଲେପେ ଥିଏଟର ସହିତ ଦୀର୍ଘ ସମୟ ଧରି କାମ କରିଥିଲେ। ଟିଭି ସିରିଏଲରେ ଅଭିନୟ କରିବା ପରେ ସେ ଲୋକପ୍ରିୟ ଅଭିନେତା ପାଲଟିଥିଲେ । ତାଙ୍କ ମୃତୁ୍ୟରେ ମାଲାୟାଲମ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।