ଚଳନ୍ତା ଗାଡ଼ିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଚଳନ୍ତା ଗାଡ଼ିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଚଳନ୍ତା ଗାଡ଼ିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ - ଜଣେ ନାବାଳିକା ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଇ ଚଳନ୍ତା ଗାଡ଼ି ଭିତରେ ଗଣଦୁଷ୍କର୍ମ କରାଯାଇଛି । ଏଭଳି ଲୋମହର୍ଷକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ । ନାବାଳିକା ଜଣକ ନିଜ ମା’ଙ୍କୁ ନଈଘାଟ ପାଖକୁ ଆଣିବା ପାଇଁ ଯାଉଥିବା ବେଳେ ଦଳେ ଦୁର୍ବୃତ୍ତଳ ଏକ ବୋଲେରୋରେ ତାଙ୍କୁ ରାସ୍ତାରୁ ଉଠାଇ ନେବା ସହ ଚଳନ୍ତା ଗାଡ଼ି ଭିତରେ ଗଣଦୁଷ୍କର୍ମ କରିଥିଲେ । ପରେ ଗୁରୁତର ଅବସ୍ଥାରେ ଗାଁ ମୁଣ୍ଡରେ ଫିଙ୍ଗିଦେଇ ପଳାଇଥିଲେ । ଏ ନେଇ ପୀଡ଼ିତାଙ୍କ ପରିବାର ସୋମବାର ଚଉଦକୁଲାଟ ଫାଣ୍ଡିରେ ଏତଲା ଦେଇଥିଲେ ବି ପୁଲିସ ଅଭିଯୋଗକୁ ଚାପି ଦେଇ ଚୁପ୍ ଚାପ ବସି ଯାଇଥିଲା ।