ଚପଲ ମୋବାଇଲ ଷ୍ଟାଣ୍ଡ

ଚପଲ ମୋବାଇଲ ଷ୍ଟାଣ୍ଡ

ଚପଲ ମୋବାଇଲ ଷ୍ଟାଣ୍ଡ

ଭାରତୀୟଙ୍କ ଯୋଗାଡ଼ିଆ ବୁଦ୍ଧିକୁ ଦେଖିଲେ ଯେ କେହି ବି ପ୍ରଶଂସା ନକରି ରହିପାରିବ ନାହିଁ । ଗଲା କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ଚପଲ ମୋବାଇଲ ଷ୍ଟାଣ୍ଡର ଭିଡ଼ିଓ ଓ ଫଟୋ ଭାଇରାଲ ହେଉଛି । ଭିଡ଼ିଓଟି କେଉଁଠିକାର ତାହା ଜଣାପଡ଼ିନାହିଁ । ଭିଡ଼ିଓରେ ଜଣେ ବ୍ୟକ୍ତି ତାର ମୋବାଇଲ ଫୋନକୁ କାରରେ ବସି ଚାର୍ଜ କରାଉଛି । ହେଲେ ଚଳନ୍ତା କାରରେ ମୋବାଇଲ ବାରମ୍ବାର ତଳକୁ ଖସି ପଡ଼ୁଥାଏ । ଶେଷରେ ସେ ଉପାୟ ପାଞ୍ଚି ତା’ ପିନ୍ଧା ଚପଲକୁ କାର ଷ୍ଟିଅରିଂ ପାଖେ ଖଞ୍ଜି ସେଥିରେ ମୋବାଇଲକୁ ରଖିଲଶ ଓ ବେଶ କିଛି ସମୟ ଆରାମରେ ଚାର୍ଜ କଲା ଓ ଗାଡ଼ି ଚଲାଇଲା । ତାଙ୍କର ଏଭଳି ବୁଦ୍ଧିକୁ ବିଭିନ୍ନ ମହଲରେ ତାରିଫ କରିଛନ୍ତି ।