ଘରେ ଘରେ ପୂଜା ପାଉଛନ୍ତି ମା’ ବିଦ୍ୟାଦାତ୍ରୀ
ଘରେ ଘରେ ପୂଜା ପାଉଛନ୍ତି ମା’ ବିଦ୍ୟାଦାତ୍ରୀ
ଭୁବନେଶ୍ବର: ଆଜି ରାଜ୍ୟର ଘରେ ଘରେ ପୂଜା ପାଉଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ଏହା ସହିତ ସ୍କୁଲ୍ କଲେଜରେ ମଧ୍ୟ କଟକଣା ମଧ୍ୟରେ ମା’ଙ୍କ ପୂଜା କରାଯାଉଛି ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ।ଇୟଗ୍ଦ ଭଚ୍ଚ
ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ଭିତରେ ପୂଜା ଆୟୋଜିତ ହେଉଛି । କୋଭିଡ୍ କଟକଣା ପାଇଁ ଜାକଜମକ ନ ଥିଲେ ମଧ୍ୟ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଯଥାବିଧି ପୂଜା ହେଉଛି ।
ପୁରାଣ ଶାସ୍ତ୍ର ଅନୁଯାୟୀ, ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଦଳା ପାଞ୍ଜି ଅନୁଯାୟୀ, ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁ ଚାଚେରୀ ଉତ୍ସବ ପ୍ରଚଳନ କରାଇଥିଲେ। ଏହି ଅବସରରେ ସେ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ ।
ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନେ ଶୀତ ପାଇଁ ଯେଉଁ ଘୋଡ଼ବସ୍ତ୍ର ପରିଧାନ କରିଥାନ୍ତି ତାହା କଢ଼ାଯାଇ ଜାମା ଲାଗି ବସ୍ତ୍ର ପିନ୍ଧାଯାଏ । ଏହି ଦିନ ସେମାନେ ସୁବର୍ଣ୍ଣର ନଳିଭୁଜ, ଆଡ଼କାନି, ତଡ଼କି, ତିଳକ, ଚନ୍ଦ୍ରିକା, କୁଣ୍ଡଳ, ଓଡ଼ିଆଣୀ, ଚନ୍ଦ୍ର-ସୂର୍ୟ୍ୟ ଓ ଘାଘଡ଼ାମାଳିରେ ମଣ୍ଡିତ ହୋଇ ବାଚେରୀ ବେଶରେ ଦର୍ଶନ ଦିଅନ୍ତି ।
ସେହିପରି ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରେ ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ବନ ବିଭାଗ ତରଫରୁ ଆସିଥିବା ରଥ ନିର୍ମାଣ ନିମନ୍ତେ ଆସିଥିବା କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ଆଜି ମଧ୍ୟ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ କାଠ ପହଞ୍ଚିଛି।




admin 