ଘରେ ଏହି କାମ କରନ୍ତୁ, ନହେଲେ ଧନହାନି ହେବ

ଘରେ ଏହି କାମ କରନ୍ତୁ, ନହେଲେ ଧନହାନି ହେବ

ଘରେ ଏହି କାମ କରନ୍ତୁ, ନହେଲେ ଧନହାନି ହେବ


ଭୁବନେଶ୍ୱର : ଗୋଟିଏ ଛୋଟ ଛୋଟ କାମ ବି ଆମକୁ ଅସୁବିଧାରେ ପକାଇପାରେ  । ବିଶେଷକରି ବାସ୍ତୁବିତମାନେ ଏଭଳି ମତପୋଷଣ କରିଥା’ନ୍ତି  ।

ଖଟ ତଳେ ପକାନ୍ତୁ ନାହିଁ ଅଳିଆ : ଅନେକ ଲୋକ ଖଟ ତଳେ ଅଳିଆ ଫିଙ୍ଗି ଦେଇଥା’ନ୍ତି  । ଘରର କୌଣସି ସାମଗ୍ରୀ ଭାଙ୍ଗିଗଲେ ତାକୁ ଖଟ ତଳେ ଠେଲି ଦିଅନ୍ତି  । କିନ୍ତୁ ଏଭଳି କରିବା ଦ୍ୱାରା ବୈବାହିକ ସମ୍ପର୍କରେ ସମସ୍ୟା ଦେଇଥାଏ  । ତେଣୁ ଖଟ ତଳେ ଅଳିଆ ନଗଦାଇ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର  ।

ଝାଡୁ ଲୁଚାଇ ରଖନ୍ତୁ : ଘର ଓଳାଇସାରିବା ପରେ ଝାଡୁକୁ ଇଆଡେ଼ ସିଆଡେ଼ ରଖନ୍ତୁ ନାହିଁ  । ଏହାକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ଗ୍ରହଣ କରାଯାଇଥାଏ  । ଝାଡୁକୁ ଏଭଳି ଲୁଚେଇ ରଖନ୍ତୁ ଯେଭଳି ତାହାକୁ ବାହାରର ଲୋକମାନେ ଦେଖିନପାରିବେ  । ନଚେତ ଆପଣଙ୍କର ଧନହାନି ହେବ  ।

ଆଲମାରୀକୁ ଦକ୍ଷିଣ ଦିଗକୁ ମୁହଁ କରି ରଖନ୍ତୁ ନାହିଁ : ଆଲମାରୀ ବା ଟ୍ରେଜେରୀକୁ ଦକ୍ଷିଣ ମୁହାଁ କରି ରଖିବା ଉଚିତ ନୁହେଁ  । ଏଭଳି କଲେ ଆପଣଙ୍କର ଟଙ୍କା ରହିବ ନାହିଁ  । ଆଲମାରୀ ଖୋଲିବା ବେଳେ ଯେଭଳି ତାହା ଉତର ପଟକୁ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ  ।

ବୁଢ଼ିଆଣୀ ବସାକୁ ହଟାଇ ଦିଅନ୍ତୁ : ଘରେ ବୁଢ଼ିଆଣୀ ବସା ରହିଲେ ଆପଣଙ୍କର ବିକାଶ ହୋଇପାରିବ ନାହିଁ  । ଏହାକୁ ଆଳସ୍ୟର ପ୍ରତୀକ ବୋଲି କୁହାଯାଏ  । ତେଣୁ ତୁରନ୍ତ ତାହାକୁ ହଟେଇ ଦିଅନ୍ତୁ  । ନଚେତ ଆର୍ଥିକ କ୍ଷତିରେ ପଡ଼ିବେ  ।

ନଳରୁ ପାଣି ଗଳୁଥିଲେ ହେବ ଧନହାନି : ନଳରୁ ପାଣି ଗଳୁଥିଲେ ତୁରନ୍ତ ତାହାକୁ ରୋକିବାର ବ୍ୟବସ୍ଥା କରନ୍ତୁ  । ନଚେତ ଏହା ବାସ୍ତୁ ଦୃଷ୍ଟିରୁ ଅଶୁଭ  । ଏମିତି ହେଲେ ଆପଣଙ୍କ ଧନ ହାନି ଘଟିିବ  ।