ଗୃହରେ ପକ୍କାଘର ବଣ୍ଟନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ତାରା

ଗୃହରେ ପକ୍କାଘର ବଣ୍ଟନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ତାରା

ଗୃହରେ ପକ୍କାଘର ବଣ୍ଟନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ତାରା

ଭୁବନେଶ୍ୱର : ବିଧାନସଭା ଅଧିବେଶନରେ ହିତାଧିକାରୀଙ୍କୁ ପକ୍କାଘର ବଣ୍ଟନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହୀନି ପତି  । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ତାରା କରିଛନ୍ତି କି ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ ପକ୍କାଘର ପାଇବାରୁ ବଂଚିତ ହୋଇଛନ୍ତି  । ଫଳରେ ସେମାନେ ଖରା ବର୍ଷାରେ ଜୀବନ ଅତିବାହିତ କରୁଛନ୍ତି  । ଏମାନଙ୍କୁ କାହିଁକି ପକ୍କାଘର ଯୋଗାଇ ଦିଆଯାଇ ନାହିଁ ? କେଉଁଠି ଅସୁବିଧା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି  । ଏହାସହିତ ତାରା ଆହୁରି ମଧଅ କହିଛନ୍ତି କି ଯଦି କେନ୍ଦ୍ର ସରକାର ଆବଶକୀୟ ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉନାହାଁନ୍ତି ତେବେ ଦଳମତ ନିର୍ବିଶେଷରେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାକୁ ସେ ଆହ୍ୱାନ ଦେଇଛନ୍ତି  । କେବଳ ସେତିକି ନୁହେଁ ତାରା ଦାବି କରିଛନ୍ତି କି ଯଦି କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାରେ ବିଳମ୍ବ କରୁଛନ୍ତି ତେବେ ରାଜ୍ୟ ସରକାର ‘ମୋ କୁଡିଆ’ ଯୋଜନାରେ ୧୨ ଲକ୍ଷ ହିତାଧିକାରୀଙ୍କୁ ତୁରନ୍ତ ପକ୍କାଗୃହ ଯୋଗାଇ ଦିଅନ୍ତୁ  ।

ତାରାଙ୍କ ତଥ୍ୟକୁ କାଉଣ୍ଟର ଦେଇଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ  ମୋହନ ମାଝୀ  । ସେ କହିଛନ୍ତି , ଗୃହରେ ଯେଉଁ ତଥ୍ୟ ରଖାଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ  । କେନ୍ଦ୍ର ସରକାର ପକ୍କାଘର ଯୋଗାଇ ଦେଉନଥିବା ଅଭିଯୋଗ ଠିକ୍ ନୁହେଁ ଓ କେନ୍ଦ୍ର ସରକାର ୧୫ ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ଘୋଷଣା କରିଥିବା କଥା ସେ କହିଛନ୍ତି  । ଏହି ୧୫ ଲକ୍ଷ ପକ୍କାଘର ମଧ୍ୟରୁ କେନ୍ଦ୍ର ସରକାର ୫ ଲକ୍ଷ ଘର ଯୋଗାଇ ଦେଇଛନ୍ତି  । ହେଲେ ରାଜ୍ୟ ସରକାର ତାହାକୁ ପ୍ରାଥମିକତା ଭିତ୍ତିରେ ବାଣ୍ଟିବାରେ ବିଫଳ ହୋଇଥିବା କଥା ଅଭିଯୋଗ କରିଛନ୍ତି ।

ଏହାସହ ପକ୍କାଘର ବଣ୍ଟନରେ ଓଡିଶାର ୧୦ ଟି ଜିଲ୍ଲାକୁ ଉପେକ୍ଷା କରାଯାଇଛି ଓ ରାଜ୍ୟ ସରକାର ଆବାସ ପ୍ଲସ ସାଇଟରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ଅନେକ ତ୍ରୁଟି ରହିଥିବା କଥା  ମୋହନ ମାଝୀ କହିଛନ୍ତି ।