ଗୁଳିମାଡ଼ରେ ଚାଲିଗଲା ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଜୀବନ
ଗୁଳିମାଡ଼ରେ ଚାଲିଗଲା ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଜୀବନ
ଇସଲାମାବାଦ: ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି। ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଗୋଟିଏ ମସଜିଦ ବାହାରେ ଏପରି ଘଟଣା ଘଟିଛି। ବିଚାରପତି ଜଣଙ୍କ ମସଜିଦକୁ ନମାନ ପାଠ ପାଇଁ ଆସିଥିବା ବେଳେ ଏପରି ଘଟଣା ଘଟିଛି।ପୁଲିସ୍ କହିଛି ଯେ ଏହା ଏକ ଆତଙ୍କୀ ଆକ୍ରମଣ। ଆତଙ୍କବାଦୀମାନେ ଖାରାନ ଅଞ୍ଚଳରେ ଥିବା ମସଜିଦ ବାହାରେ ଆକ୍ରମଣ କରିଛନ୍ତି। ସେମାନେ ଜଷ୍ଟିସ ମହମ୍ମଦ ନୁର ମାସକାଞ୍ଜାଇଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖାରାନ ଏସ୍ପି ଅସିଫ ହାଲିମ ସୂଚନା ଦେଇଛନ୍ତି। ଆତଙ୍କବାଦୀମାନେ କାହିଁକି ଜଣେ ପୂର୍ବତନ ବିଚାରପତିଙ୍କୁ ହତ୍ୟା କଲେ ସେକଥା ଜଣାପଡ଼ିନି। ଏପରି ହତ୍ୟାକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।




admin 