ଗିରଫ ହେଲେ ରାକ୍ଷୀ ସାୱନ୍ତ
ଗିରଫ ହେଲେ ରାକ୍ଷୀ ସାୱନ୍ତ
ମୁମ୍ବାଇ: ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି ଆମ୍ବୋଲି ପୁଲିସ । ରାକ୍ଷୀଙ୍କ ବିରୋଧରେ ଅନ୍ୟ ଜଣେ ଅଭିନେତ୍ରୀ ସର୍ଲିନ ଚୋପ୍ରା ରୁଜୁ କରିଥିବା ମାନହାନି ମକଦ୍ଧମା ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଆଗୁଆ ଜାମିନ ପାଇଁ ରାକ୍ଷୀ ଆବେଦନ କରିଥିବା ବେଳେ ତାହାକୁ ଖାରଜ କରିଥିଲା ମୁମ୍ବାଇ ଦୌରା ଜଜ୍ । ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ରାକ୍ଷୀଙ୍କୁ ପୁଲିସ ଗିରଫ କରିଥିବା ସର୍ଲିନ ଟ୍ୱିଟ କରି ଦର୍ଶାଇଛନ୍ତି ।
ସୂଚନା ଥାଉକି, ଗତବର୍ଷ ‘ମି ଠୁ’ ଅଭିଯାନରେ ସର୍ଲିନ ସାମିଲ ହୋଇ ସାଜିଦ ଖାନଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏଥିସହ ସାଜିଦ ଖାନଙ୍କୁ ଅଭିନେତା ସଲମାନ ଖାନ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଥିଲେ । ସର୍ଲିନଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ କଟୁ ମନ୍ତବ୍ୟ ଦେଇଥିଲେ ରାକ୍ଷୀ । ଏହାକୁ ନେଇ ସର୍ଲିନଙ୍କ ତରଫରୁ ରାକ୍ଷୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଥିଲା ।




admin 