ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍
ସମ୍ବଲପୁର: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ହୀରାକୁଦର ଆଉ ତିନୋଟି ଗେଟ୍ ଖୋଲିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ପ୍ରଥମେ କିଛି ଗେଟ ଖୋଲାଯାଇଥିଲା କିନ୍ତୁ ବର୍ଦ୍ଧିତ ଜଳସ୍ତରକୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ବର୍ତମାନ ୮ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ସମ୍ବଲପୁର ସମେତ ମହାନଦୀର ବେସିନ ଅଂଚଳରେ ଅଧିକ ବର୍ଷା ହୋଇଥିଲା । ଫଳରେ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଥିଲା ।