ଖିର ତୁଳନାରେ ବିଅର୍ ସ୍ୱାସ୍ଥ୍ୟକର !

ଖିର ତୁଳନାରେ ବିଅର୍ ସ୍ୱାସ୍ଥ୍ୟକର !

ଖିର ତୁଳନାରେ ବିଅର୍ ସ୍ୱାସ୍ଥ୍ୟକର !
ଖିର ତୁଳନାରେ ବିଅର୍ ଅଧିକ ସ୍ୱାସ୍ଥ୍ୟପ୍ରଦ । ବିସ୍ମୟକର ମନେ ହେଉଥିଲେ ହେଁ ଏଭଳି ସୂଚନା ମିଳିଛି ‘ପେଟା’ (ପିଉପଲ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ୍ସ) ସୂତ୍ରରୁ । ‘ହାର୍ଭାର୍ଡ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ’ ର କିଛି ଗବେଷକ ‘ପେଟା’ ପାଇଁ ଗବେଷଣା କରୁଛନ୍ତି । ମାଂସ ଭୋଜନ ଓ ଦୁଗଧ ପାନ ରୋକିବା ‘ପେଟା’ର ଲକ୍ଷ୍ୟ । ତେଣୁ ଏହାର ବିକଳ୍ପ ବାବଦରେ ଲୋକଙ୍କୁ ସଚେତନ କରାଯାଉଛି । ବିକଳ୍ପ ସମ୍ପର୍କିତ ସଚେତନତାର ବାର୍ତ୍ତା ବିଜ୍ଞାନସମ୍ମତ ହେବା ଦରକାର । ତେଣୁ ‘ପେଟା’ ପ୍ରୋତ୍ସାହନରେ ବିଭିନ୍ନ ଗବେଷଣା ଚାଲିଛି । ଗବେଷଣା ଆଧାରରେ ‘ପେଟା’ କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ପାଇଁ ଏକ ବିବୃତ୍ତି ରଖିଛନ୍ତି । ଉକ୍ତ ବିବୃତ୍ତି ଅନୁଯାୟୀ, ଖିର ତୁଳନାରେ ବିଅର୍ ସ୍ୱାସ୍ଥ୍ୟକର । ବିଅର୍ ପିଇଲେ ହାଡ ଶକ୍ତ ହୁଏ ଓ ଆୟୁ ବଢ଼େ । ଅପରପକ୍ଷେ ଖିର ମଣିଷକୁ ମୋଟା କରେ, ଏହା ମଧ୍ୟ ବିଭିନ୍ନ ପ୍ରକାରର ହୃତପିଣ୍ଡ ରୋଗ, ମଧୁମେହ ଓ କର୍କଟର କାରଣ । ତେଣୁ ଦାୟିତ୍ୱବାନ ଭାବେ ବିଅର୍ ପିଅ ଏବଂ ଖିର ପିଅ ନାହିଁ । ଦ୍ରବଣୀୟ ତନ୍ତୁ, ଲୌହ ଓ କାଲସିୟମ୍ ରହୁଥିବାରୁ ବିଅର୍ ଉପାଦେୟ ।