ଖାଦ୍ୟର ନାଁ ଲାବ୍ରାଡର

ଖାଦ୍ୟର ନାଁ ଲାବ୍ରାଡର

ଖାଦ୍ୟର ନାଁ ଲାବ୍ରାଡର

ମହାନଗରୀରେ ଥିବା ରେସ୍ତୋରାଁଗୁଡ଼ିକରେ ‘ପନିର ଲବାବଦାର’ ଗ୍ରାହକଙ୍କ ଅତି ପ୍ରିୟ ଖାଦ୍ୟ । ଆମ ଓଡ଼ିଶାରେ ବି ଅଧିକାଂଶ ହୋଟେଲରେ ଏହି ଖାଦ୍ୟ ଗ୍ରାହକଙ୍କ ବରାଦରେ ପରଷା ଯାଉଛି । ଖାଦ୍ୟର ଆଦର ବଢ଼ିଚାଲିଥିବାବେଳେ ତା’ର ନାମଟି ଅପଭ୍ରଂଶ ହୋଇଗଲାଣି । ପନିର ଲବାବଦାରରୁ ନାମ ବଦଳିଯାଇ ପନିର ଲାବ୍ରାଡର ହୋଇଯାଇଛି । କୁକୁରମାନଙ୍କ ମଧ୍ୟରେ ଲାବ୍ରାଡର ଗୋଟିଏ ପ୍ରଜାତି । ଖାଦ୍ୟ ନାମଟି ସେହି କୁକୁର ପ୍ରଜାତି ସହ ମିଶିଯାଉଥିବାରୁ ସମସ୍ତେ ଚର୍ଚ୍ଚା କରୁଛନ୍ତି । ମୁମ୍ବାଇର ଗୋଟିଏ ବଡ଼ ରେସ୍ତୋରାଁ ମେନୁ ତାଲିକାରେ ପନିର ଲାବ୍ରାଡ଼ର ଭୁଲବଶତଃ ଲେଖାହୋଇଥିବାରୁ କେତେଜଣ ଏହାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି ।