କ୍ୟାବିନେଟ ମନ୍ତ୍ରୀ ନା ବିରୋଧୀ ଦଳ ନେତା କିଏ ବଡ
କ୍ୟାବିନେଟ ମନ୍ତ୍ରୀ ନା ବିରୋଧୀ ଦଳ ନେତା କିଏ ବଡ
ସମ୍ବଲପୁର : ସମ୍ବଲପୁର ଫ୍ଲାଏଓଭର ଉଦଘାଟନର କାର୍ୟ୍ୟକ୍ରମରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । ପ୍ରୋଟୋକଲ ଅନୁସାରେ କ୍ୟାବିନେଟ ମନ୍ତ୍ରୀ ନା ବିରୋଧୀ ଦଳ ନେତା କିଏ ବଡ଼ ଏହାକୁ ନେଇ ସେଠାରେ ଉପସ୍ଥିତ କର୍ମୀ ଓ ନେତାଙ୍କ ମଧ୍ୟରେ ମୃଦୁ ତର୍କବିତର୍କ ମଧ୍ୟ ଚାଲିଚାଲିଥିଲା। ଉଦଘାଟକ ଭାବେ ଆସିଥିବା ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଳ ମଲ୍ଲିକ ଚାହିଁ ରହିଥିବା ବେଳେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ସେଠାରେ ପହଞ୍ଚି ଫିତା କାଟି ଦେଇଛନ୍ତି । ଅବଶ୍ୟ ଏହା ପରେ ମନ୍ତ୍ରୀ ମନ୍ତ୍ରୀ ଉଦଘାଟନୀ ଫଳକର ପରଦା ଅନାବରଣ କରିଥିଲେ । ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଫ୍ଲାଏ ଓଭର ଉପରେ ଉଦଘାଟନୀ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ମଞ୍ଚ ନିକଟରେ ମନ୍ତ୍ରୀ, ବିଜେଡି ନେତା ଓ କର୍ମୀମାନେ ପହଞ୍ଚିଥିଲେ ।
କିଛି ସମୟ ପରେ ସେହି ସ୍ଥାନରେ ପହଞ୍ଚିଥିଲେ ବିରୋଧୀ ଦଳ ନେତା ଜୟନାରୟାଣ ମିଶ୍ର, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକଙ୍କ ସମେତ ବିଜେପି ନେତା ଓ କର୍ମୀ । ଗାଡ଼ିରୁ ଓହ୍ଲାଇ ମଞ୍ଚ ନିକଟରେ ପହଞ୍ଚିବା ପରେ ବିରୋଧୀ ଦଳ ନେତା ସିଧାସଳଖ ଫ୍ଲାଏଓଭର ଉଦଘାଟନି ପାଇଁ ଥିବା ଫିତା କାଟିଦେଇଥିଲେ । ବିରୋଧୀ ନେତା ଫିତା କାଟିବା ନେଇ ଉପସ୍ଥିତ ବିଜେପି କର୍ମୀମାନେ ବେଶ ଉତ୍ସାହିତ ହୋଇଥିବା ବେଳେ ବିଜେଡି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରୋଟୋକଲ ଅନୁସାରେ କ୍ୟାବିନେଟ ମନ୍ତ୍ରୀ ନା ବିରୋଧୀ ଦଳ ନେତା କିଏ ବଡ଼ ଏହାକୁ ନେଇ ସେଠାରେ ଉପସ୍ଥିତ କର୍ମୀ ଓ ନେତାଙ୍କ ମଧ୍ୟରେ ମୃଦୁ ତର୍କବିତର୍କ ମଧ୍ୟ ଚାଲିଥିଲା ।
ସମ୍ବଲପୁର ସହରର ନେଲ୍ସନ ମଣ୍ଡେଲା ଛକଠାରୁ ଧୁଚୁରାପଡ଼ା ଛକ ପର୍ୟ୍ୟନ୍ତ ୧୮୮୦ ମିଟର ଲମ୍ବା ଏହି ଫ୍ଲାଇଓଭର୍ ପାଇଁ ୧୧୮ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲାବେଳେ କାମ କିନ୍ତୁ ଏପର୍ୟ୍ୟନ୍ତ ସରିନାହିଁ । ଆଉ କିଛି ଘର ଓ ଜମି ଅଧିଗ୍ରହଣ, କିଛି ଅଂଶ ସର୍ଭିସ୍ ରୋଡ୍ ନିର୍ମାଣ, ପୋଲ ଉପରୁ ଜଳ ନିଷ୍କାସନ ବ୍ୟବସ୍ଥା, ଫ୍ଲାଇଓଭର୍ ତଳେ ଡିଭାଇଡର୍ ନିର୍ମାଣ ଆଦି କାମ ଏବେ ବି ବାକି ରହିଛି । ତେଣୁ ଖର୍ଚ୍ଚ ଆହୁରି ବୃଦ୍ଧି ପାଇବ । ଭୁବନେଶ୍ବରର ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ସଂସ୍ଥା ଏହି ଫ୍ଲାଇଓଭର୍ ନିର୍ମାଣ କରିଛି । ତେବେ ପାଉଣାକୁ ନେଇ ବିବାଦ ଉପୁଜିବାରୁ ଫ୍ଲାଇଓଭର୍ ନିର୍ମାଣ ପରେ ଏହି ସଂସ୍ଥାକୁ ନୋଟିସ୍ ଦେଇ ବିଦା କରାଯାଇଥିଲା । ପରେ ପୂର୍ତ୍ତ ବିଭାଗ ଅନ୍ୟ ଠିକା ସଂସ୍ଥାଗୁଡ଼ିକ ଜରିଆରେ ବକେୟା କାମ କରାଉଛି ।




admin 