କୋଭିଡକୁ ହରାଇବାକୁ ରାଷ୍ଟ୍ରଧର୍ମ ପାଳନ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ

କୋଭିଡକୁ ହରାଇବାକୁ ରାଷ୍ଟ୍ରଧର୍ମ ପାଳନ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ

କୋଭିଡକୁ ହରାଇବାକୁ ରାଷ୍ଟ୍ରଧର୍ମ ପାଳନ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ: , ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଜନଆନ୍ଦୋଳନର ରୂପ ନେଇଛି। କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି। କୋଭିଡ୍ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି। କୋଭିଡ୍ ମୁକାବିଲାରେ ଡାକ୍ତର ଓ ନର୍ସଙ୍କ କର୍ତ୍ତବ୍ୟ ଉଚ୍ଚ ପ୍ରଶଂସନୀୟ। କୋଭିଡକୁ ହରାଇବା ପାଇଁ ରାଷ୍ଟ୍ରଧର୍ମ ପାଳନ କରିବାକୁ ପଡ଼ିବ। ଏପରି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧନ କରି ଏପରି ଆହ୍ବାନ ଦେଇଛନ୍ତି। ଦେଶ ଓ ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସାଧାରଣତନ୍ତ୍ର ଦିବସ ପ୍ରତିଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ଉତ୍ସବ। ୧୯୫୦ ମସିହା, ଏହି ଦିନରେ ଆମ ସମସ୍ତଙ୍କର ଏହି ଗୌରବମୟ ପରିଚୟ ଏକ ଆନୁଷ୍ଠାନିକ ରୂପ ପାଇଥିଲା।

ରାଷ୍ଟ୍ରପତି କହିଛନ୍ତି, ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଆମେ ନିଜର ଗତିଶୀଳ ଗଣତନ୍ତ୍ର ତଥା ଜାତୀୟ ଏକତାର ଭାବନାର ଉତ୍ସବ ପାଳନ କରିଥାଉ। ମହାମାରୀ କାରଣରୁ ଚଳିତ ବର୍ଷ ହୁଏତ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନିଳ କିନ୍ତୁ ଆମର ଭାବନା ସର୍ବୋପରି ସଶକ୍ତ ରହିଛି। ଅଧିକାର ଓ କର୍ତ୍ତବ୍ୟ ମୁଦ୍ରାର ଦୁଇ ପାର୍ଶ୍ୱ। ଆମର ଗଣତନ୍ତ୍ର ଏହା ଉପରେ ଦୃଢ଼ତାର ସହ ଛିଡ଼ା ହୋଇଛି।

ରାଷ୍ଟ୍ରପତି କହିଛନ୍ତି ୧୯୩୦ରେ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ପୂର୍ଣ୍ଣ ସ୍ୱରାଜ ଦିବସ ମନାଇବାର ପଦ୍ଧତି ବୁଝାଇଥିଲେ। ଗାନ୍ଧିଜୀଙ୍କ ଦ୍ୱାରା ଦିଆଯାଇଥିବା ଉପଦେଶ ଯଥାଶକ୍ତି ରଚନାତ୍ମକ କାମ କରିବା ସର୍ବଦା ପ୍ରାସଙ୍ଗିତ ରହିବ। ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି। ଆମର ସଭ୍ୟତା ପ୍ରାଚୀନ, କିନ୍ତୁ ଗଣତନ୍ତ୍ର ନୂଆ। ରାଷ୍ଟ୍ର ନିର୍ମାଣ ଆମ ପାଇଁ ଏକ ନିରନ୍ତର ଅଭିଯାନ ବୋଲି ରାଷ୍ଟ୍ରପତି କହିଛନ୍ତି।