କୋଟିପତି ବାବୁଙ୍କ ଆକାଉଣ୍ଟ୍‌ ଫ୍ରିଜ୍

କୋଟିପତି ବାବୁଙ୍କ ଆକାଉଣ୍ଟ୍‌ ଫ୍ରିଜ୍

କୋଟିପତି ବାବୁଙ୍କ ଆକାଉଣ୍ଟ୍‌ ଫ୍ରିଜ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ସବୁ ଆକାଉଣ୍ଟ୍‌କୁ ଫ୍ରିଜ୍‌ କରାଯାଇଛି। ଗତକାଲି ଭିଜିଲାନ୍ସ ଅମାପ ସମ୍ପତ୍ତି ଠାବ କଲା ପରେ ଆଜି କୁବେର ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସ  ଫ୍ରିଜ୍ କରିଛି । ଏହା ସହିତ କାଲି ବିଳମ୍ବିତ ରାତି ଯାଏ ହିସାବ ସରୁ ନ ଥିବା ବେଳେ  ଶେଷରେ କୁବେର ଅଧିକାରୀଙ୍କ ୨୫ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ । 

୨୫ଟି ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡୁ୍ୟଟି ମିଶାଇ ୩,୪୧,୫୮,୪୧୨ ଟଙ୍କା  । ଏହା ଛଡା ଗୋଠପାଟଣାସ୍ଥିତ ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ।  ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ରହିଥିବାବେଳେ  ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ଦିଅଯାଇଛି। ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ । 


ତେବେ ୩୩ ବର୍ଷ ଚାକିରି ସମୟରେ କେମିତି ଏବଂ କେଉଁ ବାଟ ଦେଇ ଅମାପ ସମ୍ପତ୍ତ ସଞ୍ଚୟ କଲେ ପ୍ରତାପ ଆଉ କେଉଁଠି କେତେ ସମ୍ପତ୍ତି ଠୁଳ କରିଛନ୍ତି,  କେତେ ଥର ବିଦେଶ ଗସ୍ତ କରିଛନ୍ତି ସେ ନେଇ ଭିଜିଲାନ୍ସ ପ୍ରତାପଙ୍କୁ ଅଟକ ରଖି ପଚରାଉଚରା କରୁଛି । ସ୍ପଷ୍ଟ ଉତ୍ତର ରଖି ନପାରିଲେ ପ୍ରତାପଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।