କେରଳ ଅବସ୍ଥା ସଂଗିନ; ଦିନକରେ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

କେରଳ ଅବସ୍ଥା ସଂଗିନ; ଦିନକରେ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

କେରଳ ଅବସ୍ଥା ସଂଗିନ; ଦିନକରେ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ଥିରୁଅନନ୍ତପୁରମ: କେରଳରେ ସବୁ ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏଠାରେ ପଜିଟିଭିଟି ରେଟ୍ ୪୦% ପାର କରି ଯାଇଛି। ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି।

୨୦୨୧ ମସିହା ମେ’ ୧୨ରେ କରୋନାର ଦୈନିକ ସଂକ୍ରମଣ କେରଳରେ ସର୍ବାଧିକ ୪୩,୫୨୯ ରହିଥିଲା। ଏହା ପରଠାରୁ ସଂକ୍ରମଣ କମିଥିଲା। କିନ୍ତୁ ଏବେକାର ଦୈନିକ ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗି ଦେଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୧,୧୫,୩୫୭ଟି ନମୁନା ପରୀକ୍ଷା କରାଯାଇଥିଲା। ଏହାର ଅର୍ଥ ପଜିଟିଭିଟି ରେଟ୍ ୪୦.୨୧% ରହିଛି। ଥିରୁଅନନ୍ତପୁରମରେ ସର୍ବାଧିକ ୯,୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏର୍ଣ୍ଣାକୁଲମରେ ୩୦୦୨, କୋଝିକୋଡ଼ରେ ୪୦୧୬, ଥ୍ରୀସୁରରେ ୩,୬୨୭ ଓ କୋଟ୍ଟାୟମରେ ୩୦୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୯୯,୦୪୧ ରହିଛି। ଏମାନଙ୍କ ମଧ୍ୟରୁ କେବଳ ୩% ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ୨୪ ଘଣ୍ଟାରେ ୩୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ହେଲେ ଅଡିଟ୍ ବେଳେ କରୋନା ମୃତକଙ୍କ ତାଲିକାରେ ୩୦୯ ଜଣଙ୍କ ନାଁ ସାମିଲ କରାଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୫୦୧କୁ ବୃଦ୍ଧି ପାଇଛି।