କେବଳ କୋଟିଆ ନୁହେଁ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ଆନ୍ଧ୍ର ନିର୍ବାଚନ

କେବଳ କୋଟିଆ ନୁହେଁ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ଆନ୍ଧ୍ର ନିର୍ବାଚନ

କେବଳ କୋଟିଆ ନୁହେଁ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ଆନ୍ଧ୍ର ନିର୍ବାଚନ
ଗଞ୍ଜାମ: କେବଳ କୋଟିଆ ନୁହେଁ ଗଞ୍ଜାମ ଜିଲ୍ଲାର କିଛି ସୀମାନ୍ତ ବର୍ତ୍ତି ଗାଁ ଗୁଡିକ ଉପରେ ବି ଆନ୍ଧ୍ର ର ଦାଦାଗିରି ଜାରି ରହିଛି । ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବା ବେଳେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ୍ ଅଧିନସ୍ଥ ୮ ଟି ସୀମାନ୍ତବର୍ତ୍ତି ଗାଁରେ ଆଜି ସକାଳୁ ଆରମ୍ଭ ହୋଇଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ୮ଟି ଗାଁରେ ଏହି ନିର୍ବାଚନ ପାଇଁ ଆଜି ସକାଳ ୭ ଟାରୁ ଭୋଟଦାନ ଆରମ୍ଭ ହୋଇଛି । ଏଥିପାଇଁ ଆନ୍ଧ୍ର ସରକାର ବ୍ୟାପକ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉଭୟ ସରକାରଙ୍କ ପଟୁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ପ୍ରକାଶ ଯେ, କୋଟିଆରେ ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ଉଦ୍ୟମ ଫେଲ ମାରିଛି। ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ କୋଟିଆ ଅଞ୍ଚଳରେ ଆଜି ସକାଳ ସାଢ଼େ ୬ଟାରୁ ଆନ୍ଧ୍ରର ନିର୍ବାଚନ ଆରମ୍ଭ ହୋଇଛି। ଆନ୍ଧ୍ର ଅଧିକାରୀ ଓ ପୋଳିସର କଡ଼ା ମଧ୍ୟରେ ପାଟୁଚେନୁରୁ ଗ୍ରାମରେ ଆନ୍ଧ୍ର ନିର୍ବାଚନ ଜାରି ରଖିଛି। ଫାଟୁସିନେରି ନକ୍ସଲ ପ୍ରବଣ ହୋଇଥିବାରୁ ସକାଳ ସାଢ଼େ ୬ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଏଠାରେ ଭୋଟ ଦାନ କରାଯାଇଛି। ଗାଡ଼ିରେ ଭୋଟରଙ୍କୁ ବୁହା ଯାଇ ଭୋଟ ପ୍ରଦାନ ପାଇଁ ଅଣାଯାଇଥିଲା।