କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ

କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ

କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ
ଭୁବନେଶ୍ୱର : କୃଷି ଆଇନ ପ୍ରତ୍ୟାହାର ଦାବିରେ ଶୁକ୍ରବାର କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଘଣ୍ଟା ପର୍ୟ୍ୟନ୍ତ ୧୨ ଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି। କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ସମର୍ଥନକାରୀମାନେ ବିଭିନ୍ନ ସ୍ଥାନରେ ରେଳ ରୋକ କରିବା ସହ ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭୁବନେଶ୍ବର-କଟକ ରାସ୍ତାରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀମାନେ ରାସ୍ତାରେ ଗାଡିମଟର ଅଟକାଉଛନ୍ତି। ଫଳରେ ଅନେକ ସ୍ଥାନେ ଯାତାୟତ ପ୍ରଭାବିତ ହୋଇଛି। ଦୋକାନ ବଜାର ପ୍ରାୟ ବନ୍ଦ ଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଡଠାଇ ନେଉଥିବା ଦେଖିବାକୁ ମିଳିଛି।