ପିପିଲି ଉପନିର୍ବାଚନ : ବିଜେପି ପ୍ରାର୍ଥୀ ହେଲେ ଆଶ୍ରୀତ ପଟ୍ଟନାୟକ

ପିପିଲି ଉପନିର୍ବାଚନ : ବିଜେପି ପ୍ରାର୍ଥୀ ହେଲେ ଆଶ୍ରୀତ ପଟ୍ଟନାୟକ

ପିପିଲି ଉପନିର୍ବାଚନ : ବିଜେପି ପ୍ରାର୍ଥୀ ହେଲେ ଆଶ୍ରୀତ  ପଟ୍ଟନାୟକ
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ତିନି ପ୍ରମୁଖ ଦଳଙ୍କ ମଧ୍ୟରୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଗତ ନିର୍ବାଚନରେ ଦଳୀୟ ଟିକେଟରୁ ଲଢ଼ିଥିବା ଆଶ୍ରୀତ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ଲାଗିଛି । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅପରପକ୍ଷରେ ବିଜେଡ଼ି ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, ୨୦୧୪ରେ ଆଶ୍ରୀତ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ହୋଇ ମଧ୍ୟ ସେ ୧୮ ହଜାର ଭୋଟ ପାଇଥିଲେ । ଗତ ନିର୍ବାଚନରେ ସେ ବିଜେପିରୁ ଟିକେଟ ପାଇଥିବାବେଳେ ୭୨ ହଜାରରୁ ଅଧିକ ଭୋଟ ପାଇବାରେ ସମର୍ଥ ହୋଇଥିଲେ । ତେବେ ବିଜେଡ଼ି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥି ୧୫ ହଜାର ଭୋଟରେ ଜିତିଥିଲେ । ମହାରଥିଙ୍କ ମୃତୁ୍ୟ ପରେ ତାଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରାଯିବା ନିଶ୍ଚିତ ହୋଇଯାଇଛି । ଟିକେଟ ପାଇବା ପାଇଁ ପ୍ରଦୀପଙ୍କ ପନôୀ ପ୍ରତିଭା ମହାରଥି ଓ ପୁତ୍ର ରୁଦ୍ର ମହାରଥି ଆଗ୍ରହୀ ଅଛନ୍ତି । ତେବେ ରୁଦ୍ରଙ୍କ ସପକ୍ଷରେ ଜନମତ ପ୍ରକାଶ ପାଉଥିବାରୁ ସେ ପ୍ରାର୍ଥୀ ହେବେବୋଲି କୁହାଯାଉଛି । ଆଜି ଏନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।