କାଶ୍ମୀରରେ ଭୟଙ୍କର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ

କାଶ୍ମୀରରେ ଭୟଙ୍କର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ

କାଶ୍ମୀରରେ ଭୟଙ୍କର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର: କାଶ୍ମୀରରେ ବନ ବିସ୍ଫୋରଣ କରିବାର ଯୋଜନା ହୋଇଥିଲା। ଭୟଙ୍କର ଆକ୍ରମଣ ଯୋଜନା ହୋଇଥିଲା। ଏମିତି ସ୍ବୀକାର କରିଛି ମଙ୍ଗଳବାର ଉରିରୁ ଧରାପଡ଼ିଥିବା ଆତଙ୍କବାତୀ ଅଲ୍ଲୀ ବାବର। ପାକିସ୍ତାନର ବାସିନ୍ଦା ତଥା ପାକିସ୍ତାନରେ ତାଲିମ ପାଇଥିବା ଏହି ଖୁନ୍‌ଖାର ଆତଙ୍କବାତୀ ସେନା ବାହିନୀ ହାତରେ ଧରା ପଡ଼ିବା ପରେ ଏମିତି ସତ ଉଗାଳିଛି। ପାକିସ୍ତାନି ସେନା ଓ ଆଇଏସ୍ଆଇ ତାକୁ ଗୁଳି ଚାଳନା ଏବଂ ତାଲିମ ଦେଇଥିବା ସେ ସ୍ବୀକାର କରିଛି। ଭାରତୀୟ ସେନା ବାହିନୀ ପକ୍ଷରୁ ବୁଧବାର ଏକ ଭିଡିସ ଜାରି କରି ଏ ବାବଦରେ ସୂଚନା ଦିଆଯାଇଛି। ପାକିସ୍ତାନ କାଶ୍ମିରରେ ବଡ଼ ଆତଙ୍କି ଆକ୍ରମଣ କରିବାକୁ ପଠାଇଥିବା ଅଲ୍ଲୀ ବାବା କହିଛି। ୬ ଆତଙ୍କବାଦୀଙ୍କୁ ଏହି କାମ କରିବାକୁ ପଠାଯାଇଛି। ତିନି ସପ୍ତାହ ପର୍ୟ୍ୟନ୍ତ ତାକୁ ତାଲିମ ଦିଆଯାଇଥିଲା। ମାରଣାସ୍ତ୍ର ଓ ଗୁଳିଗେଳା ମଧ୍ୟ ଦିଆଯାଇଥିବା ସେ କହିଛି। ଭାରତରେ ଅସ୍ଥିରତା ସୃଷ୍ଟିକରିବର ପାକିସ୍ତାନର ଆଉ ଏକ ପ୍ରୟାସ ବିଫଳ ହୋଇଥିବା ଆଜି ସେନାବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।