କାଶ୍ମୀରରେ୨୫୦ ଆତଙ୍କବାଦୀ!

କାଶ୍ମୀରରେ୨୫୦ ଆତଙ୍କବାଦୀ!

କାଶ୍ମୀରରେ୨୫୦ ଆତଙ୍କବାଦୀ!
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ୨୫୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ଭାରତରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଏହି ଆତଙ୍କୀ ମାନେ ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । କାଶ୍ମୀର ଉପତ୍ୟାକାରେ ଲଞ୍ଚପ୍ୟାଡ ସହିତ ଏହି ଆତଙ୍କୀ ମାନେ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ଏହି ଆତଙ୍କୀଙ୍କ ମଧ୍ୟରୁ ସର୍ବାଧିକ ଲସ୍କର ଏ ତୋଏବାର ଆତଙ୍କୀ ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଏହା ସହିତ ଜମ୍ମୁ କାଶ୍ମୀରର ହିନ୍ଦୁ ବହୁଳ ଅଞ୍ଚଳରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ମୁଜାଫରାବାଦରୁ କିଛି ଅଲ ବଦର ଏବଂ ଜୈସ ଏ ମହମ୍ମଦ ଆତଙ୍କୀ ଅନୁପ୍ରବେଶ କରିଥିବା ନେଇ ଜଣାପଡିଛି । ନିକଟରେ ଅକ୍ଟୋବର ୧୧ ତାରିଖରେ ଆତଙ୍କୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ପ୍ରେରଣ କରୁଥିବା ବେଳେ ବିପୁଳ ପରିମାଣର ଏକେ ୪୭ ଜବତ କରିଥିଲା ଭାରତୀୟ ସେନା ।