କାଲି ଖୋଲିବ ସ୍କୁଲ

କାଲି ଖୋଲିବ ସ୍କୁଲ

କାଲି ଖୋଲିବ ସ୍କୁଲ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଂଚଳରେ ଆରମ୍ଭ ହୋଇଯାଇଛି ବର୍ଷା । ଫଳରେ ତାତିରୁ ତ୍ରାହି ମିଳିଛି । ଆଜି ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗିରହିଛି । ପାଗ ବଦଳି ଯାଇଥିବାରୁ ସରକାର ପୂର୍ବ ନିଷ୍ପତି ବଦଳାଇ ଖରା ଛୁଟି ହ୍ରାସ କରିଛନ୍ତି । ପୂର୍ବରୁ ଜୁନ ୨୬ରେ ସ୍କୁଲ ଖୋଲିବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଆସନ୍ତାକାଲି ଅର୍ଥାତ ଜୁନ ୨୧ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟଯେ, ଚଳିତ ବର୍ଷ ପ୍ରବଳ ଖରା ଯୋଗୁଁ ଆଗୁଆ ଖରାଛୁଟି ହୋଇଥିଲା । ଜୁନ ୧୯ରେ ସ୍କୁଲଗୁଡ଼ିକ ଖୋଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଥିଲେ । ତେବେ ମୌସୁମୀ ଆସିବାରେ ବିଳମ୍ବ ହେବା ଯୋଗୁଁ ତାତି ବୃଦ୍ଧି ପାଇଥିଲା । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ଖରା ଛୁଟି ଜୁନ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । କିନ୍ତୁ ପରିବର୍ତିତ ପାଗ ପାଇଁ ସରକାର ପୂର୍ବ ନିଷ୍ପତି ବଦଳାଇ ଦେଇଛନ୍ତି ।