କାବୁଲ୍ ବମାନବନ୍ଦର ନିକଟରେ ସିରିଏଲ୍ ବିସ୍ଫୋରଣ, ୪୦ ମୃତ, ମୃତକଙ୍କ ମଧ୍ୟରେ ୪ ଆମେରେକୀୟ କମାଣ୍ଡୋ

କାବୁଲ୍ ବମାନବନ୍ଦର ନିକଟରେ ସିରିଏଲ୍ ବିସ୍ଫୋରଣ, ୪୦ ମୃତ, ମୃତକଙ୍କ ମଧ୍ୟରେ ୪ ଆମେରେକୀୟ କମାଣ୍ଡୋ

କାବୁଲ୍ ବମାନବନ୍ଦର ନିକଟରେ ସିରିଏଲ୍ ବିସ୍ଫୋରଣ, ୪୦ ମୃତ, ମୃତକଙ୍କ ମଧ୍ୟରେ ୪ ଆମେରେକୀୟ କମାଣ୍ଡୋ

କାବୁଲ୍: ଯାହା ଆଶଙ୍କା କରାଯାଉଥିଲା ସତ ହେଲା। ଗୁରୁବାର ସକାଳେ ଆମେରିକା, ବ୍ରିଟେନ୍ ଏବଂ ଅଷ୍ଟ୍ରଲିଆ ସତର୍କ କରାଇଥିଲେ। କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ସନ୍ଧ୍ୟାରେ ଏହା ସତ ପ୍ରମାଣିତ ହୋଇଛି। କାବୁଲ୍ ବିମାନବନ୍ଦର ନିକଟରେ ଆତ୍ମଘାତୀ ଆକ୍ରମଣରେ ୪୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ଆମେରିକାର ୪ କମାଣ୍ଡୋଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଛୋଟ ଶିଶୁ ଓ ମହିଳା ଥିବା କୁହାଯାଉଛି।  କାବୁଲ୍ ଏୟାରପୋର୍ଟ ନିକଟରେ ୨ ସିରିଏଲ୍ ବ୍ଲାଷ୍ଟ ହୋଇଥିଲା। ଆହତଙ୍କ ସଂଖ୍ୟା ୨୦୦ରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଫଳରେ କାବୁଲ୍ ଏୟାରପୋର୍ଟରେ ଭିଡ଼ ଜମାଇଥିବା ବିଦେଶୀ ନାଗରିକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ବିଦେଶୀ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ଆଶଙ୍କା ହୋଇଛି। ବିଶ୍ବବ୍ୟାପୀ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ବିଶ୍ବ ନେତୃତ୍ବ ମଧ୍ୟ ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେ ବାବଦରେ ଜୋରଦାର ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ୪ ଆମେରିକା ସୈନ୍ୟଙ୍କ ମୃତ୍ୟୁ ପରେ ଆମେରିକା କି ପଦକ୍ଷେପ ନେଉଛି ତାହାକୁ ନେଇ ଚର୍ଚ୍ଚା ହେଉଛି।