କାବୁଲରୁ ୟୁକ୍ରେନ ବିମାନ ଅପହରଣ ହୋଇନି, ଖବରକୁ ଖଣ୍ଡନ କଲା ଇରାନ
କାବୁଲରୁ ୟୁକ୍ରେନ ବିମାନ ଅପହରଣ ହୋଇନି, ଖବରକୁ ଖଣ୍ଡନ କଲା ଇରାନ
କାବୁଲ: କାବୁଲରୁ ୟୁକ୍ରେନର ଏକ ଉଦ୍ଧାର ବିମାନ ହାଇଜାକ କରାଯାଇ ଏହାକୁ ଇରାନ ନିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ତେବେ ଇରାନର ବେସାମରିକ ବିମାନ ଚଳାଚଳ ବିଭାଗର ମୁଖପାତ୍ର ଅବାସ ଅସଲାନି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ୟୁକ୍ରେନ ବିମାନ ଏଠାକୁ ଇନ୍ଧନ ପାଇଁ ଆସିଥିଲା । ଇନ୍ଧନ ଭର୍ତ୍ତି ହେବା ପରେ ବିମାନ ପୁଣି ୟୁକ୍ରେନ ଅଭିମୁଖେ ଯାଇଛି । ୟୁକ୍ରେନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମଧ୍ୟ ବିମାନ ହାଇଜାକ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କାବୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ୟୁକ୍ରେନ ବିମାନ ହାଇଜାକ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଯେଉଁ ଖବର ପ୍ରସାରିତ ହୋଇଛି ତାହା ମିଛ ବୋଲି ୟୁକ୍ରେନ କହିଛି । ସୂଚନା ଯୋଗ୍ୟ ତାଲିବାନର କାବୁଲ ଦଖଲ ପରଠାରୁ କାବୁଲ ବିମାନ ବନ୍ଦରରେ ଅରାଜକ ସ୍ଥିତି ଲାଗି ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଥିଲେ ମଧ୍ୟ କିଛି କ୍ଷେତ୍ରରେ ତାଲିବାନମାନେ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି କରିଛନ୍ତି ।




admin 